ସୋଲୋମନ ଦ୍ୱୀପରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ସୋଲୋମନ ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭବ ହୋଇଛି । ଦ୍ୱୀପର ଦକ୍ଷିଣ-ପୂର୍ବ ମାଲାଙ୍ଗୋରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହା ତ୍ରିବତା ୭ ରେକର୍ଡ କରାଯାଇଛି । ସକାଳ ପ୍ରାୟ ୭ଟା ୩୩ରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ଗଭୀରତା ଭୂମି ଠାରୁ ୧୩.୬ କିଲୋମିଟର ରହିଥିଲା ।
ସୂଚନା ଯୋଗ୍ୟ, ଏହାପୂର୍ବରୁ ସୋମବାର ଇଣ୍ଡୋନେସିଆରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୧୬୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
Comments are closed.