www.samajalive.in
Tuesday, December 9, 2025
17.1 C
Bhubaneswar

ଦୁର୍ଗାଷ୍ଟମୀରେ ମହାଗୌରୀ ରୂପରେ ପୂଜା ପାଆନ୍ତି ମା’

ନବରାତ୍ରର ଅଷ୍ଟମ ତିଥିରେ ମା’ ମହାଗୌରୀ ରୂପରେ ପୂଜା ପାଆନ୍ତି। ଭଗବାନ ଶିବଙ୍କ ପ୍ରାପ୍ତି ପାଇଁ ମା’ କଠୋର ତପସ୍ୟା କରିଥିଲେ। ଯାହା ଫଳରେ ତାଙ୍କ ଶରୀର କଳା ପଡିଯାଇଥିଲା। ଭଗବାନ ଶିବଙ୍କ ଦର୍ଶନ ମିଳିଲା ପରେ ମା’ଙ୍କ ଶରୀର ରଙ୍ଗ ଅତ୍ୟନ୍ତ ଗୋରା ହୋଇଯାଇଥିଲା। ଏହି କାରଣରୁ ମା’ ନାମ ଗୌରୀ ରହିଛି। ମାନ୍ୟତା ଅନୁଯାୟୀ, ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ମା’ଗୌରୀଙ୍କ ଉପାସନା କରିଥିଲେ। ମା’ଗୌରୀଙ୍କ ବର୍ଣ୍ଣ ଧଳା ହୋଇଥିବାରୁ ଧଳା ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ଲାଗି ମା’ଙ୍କ ପୂଜା କରିବା ଫଳପ୍ରଦ। ଜ୍ୟୋତିଷଶାସ୍ତ୍ରରେ ମା’ଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହ ରହିଛି। ଚଳିତ ବର୍ଷ ମା’ ମହାଗୌରୀଙ୍କ ପୂଜା ଅକ୍ଟୋବର ୬ ଅର୍ଥାତ୍ ଆଜି କରାଯାଉଛି।
ମା’ ଗୌରୀଙ୍କ ପୂଜା ବିଧି
ହଳଦିଆ ବସ୍ତ୍ର ଧାରଣ କରି ପୂଜା ଆରମ୍ଭ କରନ୍ତୁ।
ମା’ଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ ଏବଂ ଧ୍ୟାନ କରନ୍ତୁ।
ପୂଜାରେ ମା’ଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।
ଏହା ପରେ ମା’ଙ୍କ ମନ୍ତ୍ର ଜପ କରନ୍ତୁ।
ମା’ଙ୍କୁ ଶ୍ରୀଫଳ ବା ନଡିଆ ନୈବେଦ୍ୟ ଆକାରରେ ଅର୍ପଣ କରନ୍ତୁ।
ପୂଜା ମଧ୍ୟରାତ୍ରରେ କଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ।
କିଭଳି ମା’ଙ୍କୁ ପୂଜା କରିବା ଦ୍ବାରା ଶୁକ୍ର ଗହ ହୋଇଥାଏ ମଜବୁତ
ଧଳା ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କ ଉପାସନା କରନ୍ତୁ।
ମା’ଙ୍କୁ ଧଳା ରଙ୍ଗର ଫୁଲ ଓ ମିଠା ଅର୍ପଣ କରନ୍ତୁ।
ପରେ ଶୁକ୍ରର ମୂଳ ମନ୍ତ୍ର ‘‘ଓଁ ଶୁଂ ଶୁକ୍ରାୟ ନମଃ’’ ଜପ କରନ୍ତୁ।
ଶୁକ୍ର ସମ୍ବନ୍ଧୀୟ ସମସ୍ୟାର ସମାପ୍ତି ପାଇଁ ପ୍ରାର୍ଥନା କରନ୍ତୁ।
ଅଷ୍ଟମୀରେ କନ୍ୟାମାନଙ୍କୁ ଭୋଜନ କରାଇବାର ନିୟମ ଓ ମହତ୍ତ୍ବ
ନବରାତ୍ର ହେଉଛି ନାରୀ ଶକ୍ତି ଓ କନ୍ୟାଙ୍କୁ ସମ୍ମାନ ଦେବାର ପର୍ବ।
ନବରାତ୍ରରେ ୯ ଦିନ କନ୍ୟାଙ୍କୁ ପୂଜା କରିବାର ପରମ୍ପରା ରହିଛି।
କିନ୍ତୁ ଅଷ୍ଟମୀ ଓ ନବମୀରେ କନ୍ୟାକୁ ଅବଶ୍ୟ ପୂଜା କରନ୍ତୁ।
୨ରୁ ୧୧ବର୍ଷ ପର୍ଯ୍ୟନ୍ତ କନ୍ୟାକୁ ପୂଜା କରିବାର ବିଧି ରହିଛି।
ବିଭିନ୍ନ ବୟସର କନ୍ୟା ଦେବୀଙ୍କ ଭିନ୍ନ ଭିନ୍ନ ରୂପ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories