www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସ ଜାଲରେ ନକଲି ମହିଳା ଆଇପିଏସ୍‌ !

ରାଉରକେଲା: ରାଉରକେଲା ପୁଲିସ ଜାଲରେ ଜଣେ ନକଲି ମହିଳା ପୁଲିସ ଆଇପିଏସ୍‌ ଛନ୍ଦି ହୋଇ ପଡ଼ିଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ଜେରା କରୁଛି। ଜାଲ କାଗଜପତ୍ରରେ ବୁଲେଟ ମୋଟର ସାଇକେଲ କିଣି ମହିଳା ଜଣକ ଧରା ପଡ଼ି ଯାଇଛନ୍ତି। ଗତ ୧୧ ତାରିଖରେ ଏହି ମହିଳା ଜଣକ ଏକ ଇନୋଭା କାର୍‌ରେ ବାସନ୍ତୀ କଲୋନୀରେ ଥିବା ଏକ ବୁଲେଟ ସୋରୁମ୍‌କୁ ଯାଇଥିଲେ। ନିଜକୁ ଶର୍ମିଷ୍ଠା ବେହେରା ବୋଲି ପରିଚୟ ଦେବା ସହିତ ଆଇପିଏସ୍‌ ଅଧିକାରୀ ବୋଲି କହିଥିଲେ। ପୁଲିସ ଡ୍ରେସ ସହିତ ଆଇପିଏସ୍‌ ଲୋଗୋ ମଧ୍ୟ ଡ୍ରେସରେ ରହିଥିଲା। ତେଣୁ ବୁଲେଟ ସୋ ରୁମ୍‌ କର୍ମଚାରୀ ଆଇପିଏସ୍‌ ପରିଚୟ ପାଇଲା ପରେ ସ୍ୱାଭାବିକ ଭାବେ ସାଦରେ ଗ୍ରହଣ କରି ନେଇଥିଲେ। ବୁଲେଟ ମୋଟର ସାଇକେଲ କିଣିବାକୁ ଆସିଥିବା ସେ କହିଥିଲେ। ୧ ଲକ୍ଷ ୯୦ ହଜାର ଦର ଛିଡ଼ିବା ବେଳେ ୨୫ ହଜାର ଟଙ୍କା ଡାଉନ ପେମେଣ୍ଟ ପଇଠ କରିଥିଲେ। ଅବଶିଷ୍ଟ ଅର୍ଥ କିସ୍ତି ଆକାରରେ ଶୁଝି ଦେବାକୁ ସେ ପ୍ରତିଶ୍ରୁତି ଦେବା ସହିତ ଦୁଇଟି ଚେକ୍‌, ପରିଚୟପତ୍ର, ନିଯୁକ୍ତି ପତ୍ର ଓ ପେ ସ୍ଲିପର ଜେରକ୍ସ କପି ଦେଇଥିଲେ। ଏସବୁ ପ୍ରକ୍ରିୟା ଶେଷ ପରେ ସେ ବୁଲେଟ ନେଇଯାଇ ରାଉରକେଲାର ଏକ ସ୍ଥାନରେ ରଖିଥିଲେ। ତେବେ ଯେଉଁ ଫାଇନାନ୍ସ ସଂସ୍ଥା ଫାଇନାନ୍ସ କରିଥିଲା ସେ ସଂସ୍ଥାର କର୍ମଚାରୀ ଯାଇ ବ୍ୟାଙ୍କରେ ଶର୍ମିଷ୍ଠାଙ୍କ ଏକାଉଣ୍ଟ ଯାଞ୍ଚ କରିଥିଲେ। ମାତ୍ର ତାଙ୍କ ଏକାଉଣ୍ଟରେ ଟଙ୍କା ନଥିଲା। ତେଣୁ ସନ୍ଦେହ ହେବାରୁ ସେମାନେ ଉଦିତନଗର ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିଲା। ଆଜି ସେ ରାଉରକେଲା ଆସି ମୋଟର ସାଇକେଲ ନେବାକୁ ଏକ ହୋଟେଲରେ ରହଣୀ କରିଥିଲେ। ପୁଲିସ ଖବର ପାଇ ତାଙ୍କୁ କାବୁ କରି ଥାନାରେ ଜେରା ଚଳାଇଛି। କିଛିମାସ ତଳେ ଭୁବନେଶ୍ୱରରେ ମଧ୍ୟ ଜଣେ ମହିଳା ଏହି ଢଙ୍ଗରେ ଏକ ବୁଲେଟ ହାତେଇଥିବା ମାମଲା ତଦନ୍ତାଧୀନ ରହିଥିଲା। ଇୟେ ସେହି ମହିଳା ନା ଇୟେ ଅନ୍ୟ କେଉଁ କରିତ୍‌କର୍ମର୍ା ତାହା ତଦନ୍ତ ପରେ ଜଣାପଡ଼ିବ। ଏପରିକି ମହିଳା ଜଣକ ବୁଲେଟ୍‌ ହାତେଇବା ପଛରେ କାରଣ ଓ ଉଦ୍ଦେଶ୍ୟ କ’ଣ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories