www.samajalive.in
Sunday, December 7, 2025
15.1 C
Bhubaneswar

ଶରୀର ପାଇଁ କୌଣସି ବରଦାନରୁ କମ୍ ନୁହେଁ ସଜନା ପତ୍ର ଚା’

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଶାଗ ଖାଇବା ଶରୀର ପାଇଁ ଖୁବ୍ ଆବଶ୍ୟକ ହୋଇଥାଏ। ଏହାଦ୍ବାରା ଆମକୁ ଅନେକ ଉପକାର ମିଳିଥାଏ। ତେବେ ସବୁ ଶାଗ ମଧ୍ୟରୁ ସଜନା ଶାଗ ଖାଇବାକୁ ପ୍ରାୟ ବହୁତ ଲୋକ ପସନ୍ଦ କରନ୍ତି। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ହେଲେ କ’ଣ ଆପଣ କେବେ ସଜନା ଶାଗ ଚା’ ବିଷୟରେ ଶୁଣିଛନ୍ତି? ସଜନା ଶାଗରୁ ପ୍ରସ୍ତୁତ ଚା’ ଆମ ଶରୀର ପାଇଁ ଯେ କେତେ ଉପକାରୀ ଏକଥା ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣା ଥିବ। ଆସନ୍ତୁ ଜାଣିବା ସଜନା ପତ୍ରର ଚା’ କିପରି ପ୍ରସ୍ତୁତ କରିବା ଏବଂ ଏହାକୁ ପିଇବା ଦ୍ବାରା ଆମକୁ କି ଉପକାର ମିଳିଥାଏ –

ପ୍ରସ୍ତୁତି ପ୍ରଣାଳୀ –
ସଜନା ପତ୍ରର ଶୁଖିଲା ଗୁଣ୍ଡ ଏବେ ବଜାରରେ ମିଳିଲାଣି। ଯଦି ଏହା ଆପଣଙ୍କ ଅଞ୍ଚଳକୁ ଆସିନାହିଁ ତେବେ ନିଜେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ସଜନା ପତ୍ରକୁ ଖରାରେ ଶୁଖାଇ ଦିଅନ୍ତୁ। ପରେ ଏହି ଶୁଖିଲା ପତ୍ରକୁ ପେସି ଗୁଣ୍ଡ କରି ଏକ ପବନ ଚଳାଚଳ କରୁନଥିବା ଡବାରେ ରଖିଦିଅନ୍ତୁ। ସଜନା ପତିରେ ଚା’ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ସଜନା ଗୁଣ୍ଡକୁ ପାଣିରେ ଫୁଟାଇ ତାକୁ ପ୍ରସ୍ତୁତ କରନ୍ତୁ। ଆପଣ ଚାହିଁଲେ ପ୍ରତିଦିନ କିମ୍ବା ଦିନେ ଛଡା ଦିନେ ଏହାକୁ ପିଇପାରିବେ। ଏହି ସଜନା ପତିରେ ପ୍ରୋଟିନ, ଭିଟାମିନ ବି-୬,ଭିଟାମିନ-ଏ, ଭିଟାମିନ-ଇ, ଆଇରନ, ମ୍ୟାଗ୍ନେସିୟମ, ପୋଟାସିୟମ, ଜିଙ୍କ ଭଳି ଉପାଦାନ ରହିଛି।

- Advertisement -

ସଜନା ପତ୍ର ଚା’ ପିଇବାର ଲାଭ –

କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ ରଖିଥାଏ: ସଜନା ପତିର ଚା’ ପିଇବା ଦ୍ବାରା ଶରୀରରେ କଲୋଷ୍ଟ୍ରୋଲ ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ହୃଦଘାତ ଆଶଙ୍କା କମ୍ କରିଥାଏ।

ମଧୁମେହରୁ ରକ୍ଷା କରେ: ଏହି ଚା’ ପିଇବା ଦ୍ବାରା ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ହିମୋଗ୍ଲୋବିନ ସ୍ତର ସଠିକ୍ ରଖିଥାଏ।

ଓଜନ କମ କରିଥାଏ: ସଜନା ପତ୍ର ଚା’ ଶରୀରର କୋଷିକା ଗୁଡିକର ଅନାବଶ୍ୟକ ଜଳକୁ କମ୍ କରିଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ଶରୀରର ପିଡ଼ାକୁ କମ୍ କରିବାରେ ସହାଯ୍ୟ କରିଥାଏ। ଏହା ଇନ୍‌ସୁଲିନ ରେଜିଷ୍ଟାଣ୍ଟ କମ୍ କରି ଶରୀରର ଅନାବଶ୍ୟକ ଫ୍ୟାଟ୍ ଜମିବାରୁ ରୋକିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ: ବିଶେଷ କରି ବର୍ଷାଦିନେ ଏହି ଚା’ ରୋଗ ପ୍ରତିରୋଧକ କ୍ଷମତା ବଢାଇ ଥଣ୍ଡା ଜ୍ବର ହେବାରୁ ରୋକିଥାଏ। ଏହାକୁ ମଧ୍ୟ ଏଡ୍‌ସ ରୋଗୀମାନଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧରେ ବ୍ୟବହାର କରାଯାଇଥାଏ।

ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ: ସଜନା ପତ୍ରର ଚା’ ପେଟର ସବୁ ସମସ୍ୟାକୁ ଦୂର କରିଥାଏ। ଫାଇବର କାରଣରୁ ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଯେଉଁ ଶିଶୁଙ୍କ ପେଟରେ କୃମି ହୋଇଥାଏ ସେମାନଙ୍କୁ ମଧ୍ୟ ଏହି ଚା ପିଇବାକୁ ଦେଇପାରିବେ।

ଶ୍ବାସରୋଗୀଙ୍କ ପାଇଁ ଲାଭଦାୟକ: ଶ୍ବାସରୋଗ ସମସ୍ୟା ମଧ୍ୟ ସଜନା ଚା ପିଇବା ଦ୍ବାରା ଠିକ ହୋଇଥାଏ। ଏହା ସହିତ ଫୁସଫୁସ ମଧ୍ୟ ଠିକ୍ ରହିଥାଏ।

ଉଚ୍ଚ ରକ୍ତଚାପକୁ କମ୍ କରିଥାଏ: ଏହି ଚା’ ଶରୀରରେ ଉଚ୍ଚ ରକ୍ତଚାପ ସମସ୍ୟାକୁ ମଧ୍ୟ କମ୍ କରିଥାଏ।

ଶରୀରର ବିଷାକ୍ତ ପଦାର୍ଥ ବାହାର କରିଦିଏ: ସଜନା ପତିର ଚା’ ପିଇବା ଦ୍ବାରା ଶରୀରରେ ଥିବା ବିଷାକ୍ତ ଉପାଦାନ ବାହାରକୁ ଚାଲି ଆସିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories