ରାଉରକେଲା : ନଦୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। କୋଏଲ ନଦୀରେ ଗାଧୋଉଥିବା ବେଳେ ଛାତ୍ର ଜଣକ ନଦୀ ସ୍ରୋତରେ ଭାସି ଯାଇଥିଲେ। ମୃତ ଛାତ୍ର ହେଉଛନ୍ତି ରାହୁଲ ପାତ୍ର (୧୭)। ସେ ପାନପୋଷସ୍ଥିତ ସରକାରୀ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ର ଅଟନ୍ତି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ସକାଳ ୧୦ଟା ସମୟରେ ୩ଛାତ୍ର କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ ସ୍ରୋତ ଅଧିକ ଥିବାରୁ ସେମାନେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ୨ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ମାତ୍ର ରାହୁଲ ବୁଡି ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।
ନଦୀରେ ବୁଡି ଛାତ୍ର ମୃତ
Popular Categories



