ସମାଜ ଡିଜିଟାଲ ଡେସ୍କ: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଶୁକ୍ରବାର ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆନ୍ଧ୍ରପ୍ରଦଶେର କୁର୍ନୁଲ ଅନ୍ତର୍ଗତ ନେସନାଲ ଓପନ ଏରିଆ ରେଞ୍ଜ(ଏନଓଏଆର)ଠାରେ ଏହାର ପରୀକ୍ଷଣ ଶେଷ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜନାଥ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା ଭାରତୀୟ ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଜଟିଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି।
ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ। ବେଙ୍ଗାଲୁରୁରେ ଗତ ଫେବୃୟାରୀ ୧୦ରୁ ୧୪ ମଧ୍ୟରେ ଅନୁଷ୍ଠିତ ୨୦୨୫ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ଏହି କ୍ଷେପଣାସ୍ତ୍ରକୁ ପ୍ରଦର୍ଶନ କରାଯାଇଥିଲା। ଅଦାନୀ ଗ୍ରୁପ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ) ଡିଆରଡିଓ ସହଭାଗିତାରେ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରୁଛନ୍ତି। କିନ୍ତୁ ଏହାର ବିକାଶ ଏବଂ ପରୀକ୍ଷଣ ଦାୟିତ୍ଵ ଡିଆରଡିଓ ଅଧୀନରେ ରହିଛି।
In a major boost to India’s defence capabilities, @DRDO_India has successfully carried out flight trials of UAV Launched Precision Guided Missile (ULPGM)-V3 in the National Open Area Range (NOAR), test range in Kurnool, Andhra Pradesh.
Congratulations to DRDO and the industry… pic.twitter.com/KR4gzafMoQ
— Rajnath Singh (@rajnathsingh) July 25, 2025



