www.samajalive.in
Tuesday, December 9, 2025
17.1 C
Bhubaneswar

କୋଭିଡ-୧୯ର ମୁକାବିଲା : ଡିଆର୍‍ଡିଓର ଦୁଇଟି ଅଭିନବ ଉତ୍ପାଦ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍‍ଡିଓ) କୋଭିଡ୍‍-ନାଇଣ୍ଟନ୍‍ର ମୁକାବିଲା ଦିଗରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବେଏହାର ଉଦ୍ୟମ ଜାରି ରଖିଛି। ଡିଆର୍‍ଡିଓ ଏହାର ଜ୍ଞାନକୌଶଳ ଓ ଅଭିଜ୍ଞତାର ପ୍ରୟୋଗ କରି କୋଭିଡ-୧୯ର ମୁକାବିଲା ପାଇଁ ଅନେକ ସମାଧାନ ପନ୍ଥା ବାହାର କରିଛି।

ଡିଆର୍‍ଡିଓ ଶୁକ୍ରବାର ଏହାର ଦୁଇଟି ଅଭିନବ ଉତ୍ପାଦ ବା ଯନ୍ତ୍ର ନିର୍ମାଣ କରିଛି ଯାହା କରୋନା ଭୂତାଣୁର ମୁକାବିଲାରେ ସର୍ବସାଧାରଣ ସ୍ଥାନଗୁଡ଼ିକରେ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିପାରିବ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ସ୍ୱୟଂକୃତ ବାଷ୍ପଭିତ୍ତିକ ସାନିଟାଇଜର ସିଞ୍ଚନ ଯନ୍ତ୍ର ଓ ୟୁ.ଭି. ସାନିଟାଇଜେସନ ବାକ୍ସ ଏବଂ ହାତରେ ବ୍ୟବହାର କରାଯାଇ ପାରୁଥିବା ୟୁ.ଭି. ଯନ୍ତ୍ର। ଦିଲ୍ଲୀ ସ୍ଥିତ ଅଗ୍ନି ବିସ୍ଫୋରକ ପଦାର୍ଥ ନିବାରଣ ଓ ପରିବେଶ ସୁରକ୍ଷା କେନ୍ଦ୍ର ଏହାର ବାଷ୍ପ ବୈଷୟିକଜ୍ଞାନର ବ୍ୟବହାର କରି ଏହି ସ୍ୱୟଞ୍ଚାଳିତ ବାଷ୍ପଭିତ୍ତିକ ସାନିଟାଇଜର ସିଞ୍ଚନ ଯନ୍ତ୍ରର ବିକାଶ କରିଛି।

- Advertisement -

କାର୍ଯ୍ୟାଳୟ କିମ୍ବା କର୍ମସ୍ଥଳୀ ମଧ୍ୟକୁ ପ୍ରବେଶ କରିବା ସମୟରେ ଏହି ଯନ୍ତ୍ର ସ୍ପର୍ଶ କରାନଯାଇ ହାତକୁ ସାନିଟାଇଜ ଦ୍ୱାରା ଜୀବାଣୁ ମୁକ୍ତ କରାଯାଇ ପାରିବ। ଏହି ଯନ୍ତ୍ର ପାଖରେ ହାତ ଦେଖାଇଲେ ଏଥିରୁ ସ୍ୱୟଂକୃତ ଭାବେ ଆଲକହଲଭିତ୍ତିକ ସାନିଟାଇଜର ବାହାରି ଆସି ହାତରେ ପଡ଼ିବ। ଜଳୀୟ ବାଷ୍ପ ଭରିବା ବୈଷୟିକ ଜ୍ଞାନକୌଶଳକୁ ଭିତ୍ତି କରି ଏହାର ନିର୍ମାଣ କରାଯାଇଛି। ଏହି ବୈଷୟିକଜ୍ଞାନ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ। ଏହାକୁ ସ୍ପର୍ଶ କରାନଯାଇ ଅଲଟ୍ରାସୋନିକ ସେନସର ମାଧ୍ୟମରେ ଚାଲୁ କରାଯାଇ ପାରିବ। ଏହା ମଧ୍ୟରୁ ନିର୍ଗମନ ହେଉଥିବା ସାନିଟାଇଜରକୁ ହାତରେ ଲଗାଯାଇ ହାତକୁ ଜୀବାଣୁ ମୁକ୍ତ କରାଯାଇ ପାରିବ। ଏହା ଦ୍ୱାରା ସର୍ବନିମ୍ନ ପଦାର୍ଥର ବ୍ୟବହାର କରି ହାତକୁ ସାନିଟାଇଜ୍‍ କରାଯାଇ ପାରିବ।

ଏହାକୁ ହସ୍ପିଟାଲ୍‍, ମଲ, ସରକାରୀ କାର୍ଯ୍ୟାଳୟ, ଆବାସିକ ଅଟ୍ଟାଳିକା, ବିମାନ ବନ୍ଦର, ମେଟ୍ରୋ ଷ୍ଟେସନ୍‍, ରେଳ ଷ୍ଟେସନ, ବସଷ୍ଟାଣ୍ଡ୍‍ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର କରାଯାଇ ପାରିବ। ଏହା ବ୍ୟତୀତ ପୃଥକୀକରଣ କେନ୍ଦ୍ର ଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଏହା ବହୁ ମାତ୍ରାରେ ଉପଯୋଗୀ ହେବାର ଆଶା କରାଯାଉଛି। ଦିଲ୍ଲୀର ଶାରୀରିକ ବିଜ୍ଞାନ ଏ ସଂକ୍ରାନ୍ତୀୟ ଡିଫେନ୍ସ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜୋଲୋଜି ଆଣ୍ଡ ଆଲାଏଡ୍‍ ସାଇନ୍ସସେସ୍‍ – ଡିପାସ୍‍ ଓ ନ୍ୟୁକ୍ଲିୟର୍‍ ମେଡିସିନ୍‍ ଆଣ୍ଡ ଆଲାଏଡ୍‍ ସାଇନ୍‍ସେସ୍‍ – ଇନ୍‍ମାସ୍‍ ଦ୍ୱାରା ଅଲଟ୍ରା ଭାୟୋଲେଟ୍‍ ସି ଲାଇଟ୍‍ ଭିତ୍ତିକ ସାନିଟାଇଜେସନ୍‍ ଡସ୍‍ ଓ ହାତରେ ବ୍ୟବହାର କରାଯାଉଥିବା ୟୁ.ଭି.- ସି ସାନିଟାଇଜେସନ୍‍ ଡସ୍‍ ଗୁଡ଼ିକର ବିକାଶ କରାଯାଇଛି।  କୋଭିଡ-୧୯ରେ ଥିବା ଜିନ୍‍ ଗତ ପଦାର୍ଥଗୁଡ଼ିକୁ ନଷ୍ଟ କରିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories