www.samajalive.in
Saturday, December 6, 2025
26.1 C
Bhubaneswar

ବଢ଼ୁଛି ଦ୍ରୌପଦୀଙ୍କ ପ୍ରତି ସମର୍ଥନ; ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ: ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ଅହେତୁକ ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି । ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଥିବା ବେଳେ ଏନଡିଏ ରାଷ୍ଟ୍ରପତି ପଦ ପାଇଁ ଜଣେ ଆଦିବାସୀ ନେତ୍ରୀଙ୍କୁ ଚୟନ କରିଥିବାରୁ ନୀତିଶ ପ୍ରଶଂସା କରିଛନ୍ତି ।

ଯାହାକି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ତାଙ୍କର ସମର୍ଥନ ସ୍ପଷ୍ଟ ହୋଇଛି । ଖାଲିସେତିକି ନୁହେଁ ଜିତନରାମ ମାନ୍‌ଝୀ ଓ ଚିରାଗ ପାଶଓ୍ୱାନ୍‌ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି ।

- Advertisement -

ସୂଚନା ଥାଉକି ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ପାଇଁ ଏକ ଟ୍ୱିଟ୍ ଯୋଗେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ସେ ଅନୁରୋଧ କରିଥିଲେ ।  ମୁଖ୍ୟମନ୍ତ୍ରୀ କହିଥିଲେ କି ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ । ଆମ ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀ ପାଇବାକୁ ଯାଉଛନ୍ତି ।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories