www.samajalive.in
Tuesday, December 9, 2025
16.1 C
Bhubaneswar

ମୋଦୀଙ୍କ ଜାତି କ’ଣ ଜାଣି ନାହିଁ: ପ୍ରିୟଙ୍କା

ଆମେଥି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜାତି କ’ଣ ତାହା ତାଙ୍କୁ ଜଣାନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା କହିଛନ୍ତି। ମୋଦୀ ନିଜକୁ ପଛୁଆ ବର୍ଗର ଲୋକ କହୁଥିବାବେଳେ ଏହାକୁ ତାତ୍ସ୍ୟଲ କରି ପ୍ରିୟଙ୍କା ଏପରି କହିଛନ୍ତି। ରବିବାର ଆମେଥିରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତାବେଳେ ମୋଦୀଙ୍କ ପ୍ରତି ପ୍ରିୟଙ୍କା ଏପରି ପରୋକ୍ଷ ତାତ୍ସ୍ୟଲ କରିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ କେବେହେଲେ ପ୍ରଧାନମନ୍ତ୍ରୀଙ୍କ ଜାତି ଓ ଗୋତ୍ର ବାବଦରେ ଆଲୋଚନା କରେ ନାହିଁ। କଂଗ୍ରେସ କେବଳ ବିକାଶମୂଳକ କାର୍ଯ୍ୟ, ସ୍ବାସ୍ଥ୍ୟସେବା, ନିଯୁକ୍ତି, ଶିକ୍ଷା, ମହିଳାଙ୍କ ସୁରକ୍ଷା ଓ କୃଷକଙ୍କ ସମସ୍ୟା ବାବଦରେ ଆଲୋଚନା କରିଥାଏ ବୋଲି ପ୍ରିୟଙ୍କା କହିଛନ୍ତି। କନୌଜର ଏକ ରାଲିରେ ମୋଦୀ କହିଥିଲେ ‘ ମାୟାବତୀ ମୋର ଜାତି ପ୍ରମାଣପତ୍ର ବାଣ୍ଟୁଛନ୍ତି। ମୁଁ କିନ୍ତୁ ଗୁଜରାଟର ଏକ ପଛୁଆ ଜାତିରୁ ଆସିଅଛନ୍ତି। ମାୟାବତୀ, ଅଖିଳେଶ ଓ କଂଗ୍ରେସ ମୋର ଜାତି ବାବଦରେ ଆଲୋଚନା କରିବା ପର୍ଯ୍ୟନ୍ତ ମୁଁ ମୋର ଜାତି କଣ ଜାଣି ନଥିଲି। ମଁୁ ଜାତିବାଦ ରାଜନୀତିରେ ନାହିଁ କି ମୋତେ ଜାତିବାଦ ରାଜନୀତିକୁ ଟାଣ ନାହିଁ।’

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories