www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ୫୦% ଶୁଳ୍କ ଲାଗୁ; ମୁକାବିଲା ପାଇଁ ପିଏମଓର ବୈଠକ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଚରମ ସୀମାରେ ପହଞ୍ଚିଛି । ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ତାରିଖଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ପ୍ରତିଶତର ଚଢା ଶୁଳ୍କ ଲାଗୁ କରିବ ବୋଲି କହିଥିଲା । ରୁଷଠାରୁ ଅଧିକ ତେଲ କିଣି ଭାରତ ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଜରିମାନା ଭାବେ ଅତିରିକ୍ତ ୨୫ପ୍ରତିଶତ ଶୁଳ୍କ ଚଳିତ ମାସ ୬ରେ ଘୋଷଣା କରିଥିଲେ । ଏଥିପାଇଁ ଭାରତକୁ ୨୧ଦିନ ସମୟ ମଧ୍ୟ ଦେଇଥିଲେ । ଏହି ମହଲତ ଆଜି ପୂରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଆମେରିକା ସହିତ ବାଣିଜ୍ୟ ରାଜିନାମା କରିବାରେ ବିଫଳ ହେବାରୁ ନୂଆଦିଲ୍ଲୀ ଉପରେ ୨୫ପ୍ରତିଶତ ପାଲଟା ଶୁଳ୍କ ୱାଶିଂଟନ ଚଳିତ ମାସ ୭ତାରିଖରୁ ଲଗାଇଛି । ଏହି ବର୍ଦ୍ଧିତ ଶୁଳ୍କ ଦ୍ୱାରା ଆମେରିକାକୁ ଭାରତ କରୁଥିବା ମୋଟ ୮୫ବିଲିଅନ୍‍ ଡଲାର ମୂଲ୍ୟ ରପ୍ତାନିର ୫୫ପ୍ରତିଶତ ନିକଟ ଭବିଷ୍ୟତରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏହାଦ୍ୱାରା ବାଂଲାଦେଶ, ଚୀନ ଏବଂ ଭିଏତନାମ ଭଳି ପ୍ରତିଯୋଗୀ ଦେଶ ଭାରତକୁ ଅସୁବିଧାରେ ପକାଇବେ । ଆଜିଠାରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେଉଥିବାରୁ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories