www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ ପିଜ୍ଜାର ଇତିହାସ ; ଭରତର କେଉଁ ସହରରେ ପ୍ରସ୍ତୁତ ହୋଇଥିଲା ପିଜ୍ଜା ଏବଂ କେବେ ହୋଇଥିଲା ବିକ୍ରି

ଫାଷ୍ଟଫୁଡ୍ କଥା ଭାବିଲେ ବିଭିନ୍ନ ପ୍ରକାର ଖାଦ୍ୟ ଆଖି ସାମ୍ନାକୁ ଚାଲିଆସେ । ବର୍ଗର ହେଉ ଅବା ପିଜ୍ଜା । ଦେଖିଲା ମାତ୍ରେ ମୁହଁରେ ପାଣି ଚାଲିଆସେ । ସବୁ ଫାଷ୍ଟ ଫୁଡ୍ ମଧ୍ୟରୁ ଅଧିକାଂଶ ଲୋକେ ପିଜ୍ଜାକୁ ହିଁ ବେଶି ପସନ୍ଦ କରିଥାଆନ୍ତି । ଆଜିକାଲି ପ୍ରାୟ ସବୁ ସହରରେ ପିଜ୍ଜା ଦୋକାନ (ଆଉଟଲେଟ୍) ଖୋଲିଲାଣି । କେବେ ଆପଣ ଚିନ୍ତା କରିଛନ୍ତି କି ପ୍ରଥମେ ଭାରତର କେଉଁ ସହରରେ ପ୍ରଥମେ ପିଜ୍ଜା ପ୍ରସ୍ତୁତ ହୋଇଥିଲା ଏବଂ ବିକ୍ରି ଆରମ୍ଭ ହୋଇଥିଲା ?

ପିଜ୍ଜାର ଯାତ୍ରା ୟୁନାନ, ଇଟାଲୀ ଓ ଆମେରିକା ହୋଇ ୧୯୯୬ରେ ଭାରତରେ ପହଞ୍ଚିଥିଲା। ଜୁନ ୧୮ରେ ପିଜ୍ଜାକୁ ଭାରତ ଅଣାଯାଇଥିଲା। ପିଜ୍ଜା ମାର୍କେଟର ଦ୍ବିତୀୟ କମ୍ପାନୀ ଭାବେ ପରିଚିତ ପିଜ୍ଜା ହଟ୍ ଏହାର ସ୍ବାଦ ଭାରତୀୟଙ୍କୁ ଚଖାଇଥିଲେ । ବେଙ୍ଗାଲୁରରେ ପ୍ରଥମେ ପିଜ୍ଜା ହଟ୍ ଖୋଲା ଯାଇଥିଲା । ପୁରା ଭାରତରେ ପିଜ୍ଜା ହଟର ୫୦୦ରୁ ଅଧିକ ଦୋକାନ (ଆଉଟଲେଟ୍ସ) ରହିଛି ।

- Advertisement -

ଆପଣ ଭାବୁଥିବେ ପିଜ୍ଜା ମାର୍କେଟର ସବୁଠାରୁ ବଡ କମ୍ପାନୀ ଭାବେ ଜଣାଶୁଣା ଡୋମିନୋଜ୍ ଭାରତକୁ କାହିଁକି ଆସିନଥିଲା। ୧୯୯୫ରେ ଡୋମିନୋଜ୍ ପିଜ୍ଜା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ଡୋମିନୋଜ୍ ଠାରୁ ଫ୍ରାଞ୍ଚାଇଜ୍ ନେଇଥିଲେ । କିନ୍ତୁ ୧୯୯୬ରେ ଡୋମିନଜ୍ ପିଜ୍ଜା ପ୍ରଥମେ ନୂଆଦିଲ୍ଲୀରେ ଏକ ଦୋକାନ (ଅଉଟଲେଟ୍) ଖୋଲିଥିଲା। ହେଲେ ୨୦୦୯ରେ ସେହି କମ୍ପାନୀର ନାମ ପରିବର୍ତ୍ତନ ହୋଇ ଜୁବିଲେଟ୍ ଫୁଟ୍ ୱାକ୍ସ ଲିମିଟେଡ୍ ହୋଇଥିଲା। ବର୍ତ୍ତମାନ ଏହି କମ୍ପାନୀ ଭାରତରେ ଡୋମିନଜ୍ ପିଜ୍ଜା ପ୍ରସ୍ତୁତ କରୁଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories