www.samajalive.in
Friday, December 5, 2025
23.1 C
Bhubaneswar

ଡକୁମେଣ୍ଟାରୀରେ ପ୍ରବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଦେଖାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲକଡାଉନରେ ଫଶିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ଲକଡାଉନ ଜାରି ରହିଥିବାବେଳେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାହୁଲ ପ୍ରବାସୀ ଶ୍ରମିକଙ୍କ ଉପ​‌ରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଶ୍ରମିକମାନେ ଚଲାପଥରେ ସମ୍ମୁଖୀନ ହେଉଥିବା ଦୁଃଖଦୁର୍ଦ୍ଦଶାର କାହାଣୀକୁ ବୟାନ କରିଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗତ ମେ ୧୬ ତାରିଖରେ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏଓଭର ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକମାନଙ୍କ ସହିତ କଥା ହୋଇଥିଲେ। ଲୋକମାନେ ସେମାନଙ୍କ ଦୁଃଖକ​‌ଷ୍ଟ କହିଥିଲେ। ଝାନ୍‌ସୀର ମହେଶ କୁମାର କୁହନ୍ତି, ବର୍ତ୍ତମାନ ସୁଦ୍ଧା ସେ ୧୨୦ କିଲୋମିଟର ଚାଲି ସାରିଲେଣି। ରାତିରେ ସ୍ଥାନେ ସ୍ଥାନେ ଅଟକି ଆଗକୁ ବଢୁଛନ୍ତି। ଲକଡାଉନ ଯୋଗୁ ପାଦରେ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛୁ। ଜଣେ ମହିଳା କହିଛନ୍ତି, ବଡ଼ ଲୋକମାନଙ୍କର କିଛି ସମସ୍ୟା ନାହିଁ। ଆମେ ୩ ଦିନ ହେଲା କିଛି ଖାଇନାହୁଁ। ପିଲାମାନେ ବି ଭୋକଉପାସରେ ରହିଚନ୍ତି। ଆଉ ଜଣେ ମହିଳା କହୁଛନ୍ତି, ଯାହା କିଛି ରୋଜଗାର କରିଥିଲୁ ତାହା ଗଲା ୨ ମାସ ଭିତରେ ଶେଷ ହୋଇଗଲା। ସେଥିପାଇଁ ଏବେ ପାଦରେ ହିଁ ଘରକୁ ଚାଲି ଚାଲି ଫେରିବାକୁ ପଡୁଛି।

- Advertisement -

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ଜଣେ ଶ୍ରମିକଙ୍କ ସହିତ କଥା ହେବା ସମୟରେ ସେ କେଉଁଠୁ ଆସୁଛନ୍ତି ଏବଂ କ’ଣ କରୁଥିଲେ ବୋଲି ପଚାରିଥିଲେ। ଶ୍ରମିକ ଜଣକ କହିଥିଲେ, ସେ ହରିୟାଣାରୁ ଫେରୁଛନ୍ତି। ଏକ ନିର୍ମାଣକାରୀ ସଂସ୍ଥାରେ ସେ କାମ କରୁଥିଲେ। ଗୋଟିଏ ଦିନ ହେବ ସେ ଚାଲି ଚାଲି ଘରକୁ ଫେରୁଛନ୍ତି। ତାଙ୍କ ସହିତ ତାଙ୍କ ପରିବାର ଅଛି। ସେମାନେ ଯେଉଁଠି ରହୁଥିଲେ ସେଠାରେ ଘରଭଡ଼ା ବାବଦରେ ମାସକୁ ୨୫୦୦ ଟଙ୍କା ଦେବାକୁ ପଡୁଥିଲା। ରୋଜଗାର ନ ଥିବାରୁ ସେମାନେ ନିଜ ଘର ଝାନ୍‌ସୀ ଫେରୁଛନ୍ତି। ଏହା ପରେ ରାହୁଲ ପଚାରି ଥିଲେ ​ ଯେ ପାଖରେ ଟଙ୍କା ଅଛି ? କିଛି ଖାଇଛନ୍ତି ? ପରିବାର ଲୋକେ ଉତ୍ତର ଦେଇଥିଲେ ଯେ, ରାସ୍ତାରେ ଆସିବା ସମୟରେ ଲୋକମାନେ ସେମାନଙ୍କୁ କିଛି ଖାଦ୍ୟ ଦେଇଥିଲେ। କେତେବେଳେ ଖାଦ୍ୟ ମିଳେ, ଆଉ କେତେବେଳେ ମିଳେ ନାହିଁ।

ରାହୁଲ ଅନେକ ଶ୍ରମିକଙ୍କ ସହିତ କଥା ହୋଇଥିବାବେଳେ ଏହି ସମୟର ଭିଡିଓକୁ ଡକୁମେଣ୍ଟାରୀ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଶନିବାର ସକାଳେ ରାହୁଲ ୟୁଟ୍ୟୁବରେ ୧୭ ମିନିଟର ଏହି ଡକୁମେଣ୍ଟାରୀ ଶେୟାର କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories