www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଟିକାର ୨ଟି ଡୋଜ୍‌ ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଜଣେ ଡାକ୍ତର କରୋନା ଟିକାର ୨ଟି ଡୋଜ୍‌ ନେବା ପରେ ବି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରାପିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଡାକ୍ତର ପୁଣି ଥରେ କରୋନା ପଜିଟିଭ୍‌ ହେବା ପରେ ହସ୍ପିଟାଲର ଅନ୍ୟ ଡାକ୍ତର ଏବଂ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଉକ୍ତ ଡାକ୍ତରଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ଜ୍ଵର ହେବା ପରେ ସେମାସେ ଗତ ସୋମବାର ହସ୍ପିଟାଲ ଯାଇଥିଲେ। ସେଠାରେ ଉଭୟଙ୍କର କରୋନା ପରୀକ୍ଷା କରାଯାଇଥିଲା। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ଡାକ୍ତରଙ୍କ ପରୀକ୍ଷା କରାଯିବା ପରେ ତାହା ବି ପଜିଟିଭ ଆସିଛି। ତେବେ ଡାକ୍ତର ଜଣକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଘରେ ଆଇସୋଲେଶନରେ ରହିବାକୁ ନିର୍ଦେଶ ଦିଆଯାଇଛି। ନେଗେଟିଭ ରିପୋର୍ଟ ଆସିବା ପରେ ସେ ଡ୍ୟୁଟିରେ ଯୋଗଦେବାକୁ କୁହାଯିବ ବୋଲି ହସ୍ପିଟାଲର ଅଧୀକ୍ଷକ ଡା. ରମେଶ ଚୌହ୍ବାନ କହିଛନ୍ତି।

- Advertisement -

ଅନ୍ୟପଟେ ୩/୪ ତଳେ ସୋଲନ ଜିଲାରେ ବି ଜଣେ ମହିଳା ଡାକ୍ତର କରୋନା ଟିକାର ଉଭୟ ଡୋଜ୍‌ ନେବା ପରେ ପୁଣି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories