www.samajalive.in
Monday, December 8, 2025
27.1 C
Bhubaneswar

+୨ ଖାତାଦେଖା, ଆରମ୍ଭରୁ ବିଭ୍ରାଟ

ଭୁବନେଶ୍ୱର: ସୋମବାରଠାରୁ ଯୁକ୍ତ ଦୁଇ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ ମୂଲ୍ୟାୟନ କେନ୍ଦ୍ରଗୁଡିକରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ପ୍ରଥମ ଦିନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ପ୍ରାୟ ୧ଟା ପରେ ଅନଲାଇନ କେନ୍ଦ୍ରଗୁଡିକୁ ଲିଙ୍କ ପଠାଯାଇଥିଲା କିନ୍ତୁ କେତେକ କେନ୍ଦ୍ରରେ ପରୀକ୍ଷକ ପଞ୍ଜିକରଣ ପାଇଁ ମୋବାଇଲକୁ ଓଟିପି ଆସିନଥିଲା। ରାଜ୍ୟର ୩୬ଟି ଅନଲାଇନ ମୂଲ୍ୟାୟନ କେନ୍ଦ୍ର ମଧ୍ୟରୁ ଗୋଟିଏ ଦୁଇଟିକୁ ବାଦଦେଲେ ସବୁ କେନ୍ଦ୍ରରେ ଅସୁବିଧା ଦେଖାଦେଇଛି। ତେବେ ଆରମ୍ଭ ଦିନରେ ଗୋଟିଏ ବି ଖାତା ମୂଲ୍ୟାୟନ ହୋଇନଥିବା ଜଣାପଡିଛି। ଅନଲାଇନ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ପରିଷଦ କିମ୍ବା ପରିଷଦ ଅଧିକୃତ କେହି ବିଶେଷଜ୍ଞ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଅନଲାଇନ ପଦ୍ଧତିରେ ଖାତା ଦେଖିବା ପାଇଁ ପରୀକ୍ଷକମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇ ନଥିବା ବେଳେ, କେତେକ ସ୍ଥାନରେ ନିକଟତମ ମୂଲ୍ୟାୟନ କେନ୍ଦ୍ର ଥିବା ବେଳେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫୦ କିଲୋମିଟର ଦୂର କେନ୍ଦ୍ରରେ ଖାତା ଦେଖିବାକୁ +୨ ପରିଷଦ କହିଛି। ଏଭଳି ପରିସ୍ଥିତିରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୧୮ ସୁଦ୍ଧା ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ, ଚଳିତ ବର୍ଷ ରାଜ୍ୟର ୧୯୦୧ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଛନ୍ତି ଏବଂ ଜୁନ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ପରିଷଦ ଘୋଷଣା କରିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories