୮୨ ଟଙ୍କାରେ ପହଁଚିଲା ଡିଜେଲ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦର ବୃଦ୍ଧି

ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮୨ ଟଙ୍କାରେ ପହଞ୍ଚିଛି। ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଲିଟର ପିଛା ଦ୍ଵିତୀୟ ଦିନ ପାଇଁ ୧୫ ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୯୪ ପଇସାରେ ପହଞ୍ଚିଛି। ସ୍ଥାନୀୟ ବିକ୍ରି କର କିମ୍ବା ମୂଲ୍ୟଯୁକ୍ତ ଟିକସ (ଭାଟ୍) ହେତୁ ଇନ୍ଧନ ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ହୋଇଥାଏ।

ଶନିବାର ଦିନ ମଧ୍ୟ ଏହାର ମୂଲ୍ୟ ଲିଟର ପିଛା ୧୫ ପଇସା ବୃଦ୍ଧି କରାଯାଇଥିଲା। ତେବେ ରବିବାର ଦିନ ପେଟ୍ରୋଲ ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଡିଜେଲ ଠାରୁ ଶସ୍ତା ରହିଛି ଅର୍ଥାତ ଏବେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୪୩ପଇସା ରହିଛି। ଗତ ଜୁନ୍ ୨୯ରେ ଶେଷ ଥର ପାଇଁ ପେଟ୍ରୋଲ ଦର ବୃଦ୍ଧି ପାଇଥିବା ବେଳେ ଜୁନ୍ ୭ରୁ ୨୯ ମଧ୍ୟରେ ଏହା ୨୧ ଥର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯ ଟଙ୍କା୧୭ ପଇସା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଜୁଲାଇରେ ଡିଜେଲ ଦର ବୃଦ୍ଧି ଜାରି ରହିଛି। ଜୁନ୍ ୭ରୁ ଡିଜେଲ ମୂଲ୍ୟ ଲିଟର ପିଛା ୧୨ ଟଙ୍କା ୫୫ ଟଙ୍କା ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୧୧ ପଇସାରେ ବିକ୍ରି ହେଉଛି

Comments are closed.