www.samajalive.in
Tuesday, December 9, 2025
15.1 C
Bhubaneswar

ସୁନା ନୁହେଁ ଚାନ୍ଦି ନୁହେଁ ଏବେ ବଜାରରେ ହୀରା ମାସ୍କ ; ଜାଣନ୍ତୁ କେତେ ଏହାର ଦାମ

ସୁରଟ : ଅଳଙ୍କାରର ବିଶେଷତ୍ୱ ଭିନ୍ନ। ଅଳଙ୍କାର ମଧ୍ୟରେ ହାର, କାନର ଆଦି ପିନ୍ଧିବା ସାଧାରଣ କଥା। ମାତ୍ର ବର୍ତମାନ ଏହି କରୋନା ସଂକ୍ରମଣ ସଭିଁଙ୍କ ପାଇଁ ସମସ୍ୟା ପାଲଟିଥିବା ବେଳେ ଏଥିରୁ ସତର୍କ ରହିବା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଧାନ୍ୟ ଦିଆଯାଉଛି। କିଛିଦିନ ହେବ ଏହି ମାସ୍କକୁ ନେଇ କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳୁଛି। ଯେପରି ଜଣେ ବ୍ୟକ୍ତି କିଛି ଦିନ ତଳେ ସୁନାର ମାସ୍କ ପିନ୍ଧିଥିବା ଦେଖାଯାଇଥିଲା। ମାତ୍ର ବର୍ତମାନ ବଜାରକୁ ଆସିଛି ହୀରାର ମାସ୍କ। ଏହାର ଦାମ ପ୍ରାୟ ୧.୫ରୁ ୪ଲକ୍ଷ ଟଙ୍କା ରହିଛି। ସୁରତରେ ଥିବା ଏକ ଗହଣା ଦୋକାନୀ ହୀରା ଓ ସୁନା ଖଚିତ ମାସ୍କ ତିଆରି କରିଛନ୍ତି। ଦୋକାନୀଙ୍କ ମତାନୁଯାୟୀ ଜଣେ ଗ୍ରାହକଙ୍କ ଠାରୁ ସେ ଏପରି ବୁଦ୍ଧି ପାଇଥିଲେ। ଯେ କି ବର କନ୍ୟାଙ୍କ ପାଇଁ ସୁନାର ଗହଣା ସହ ହୀରାର ମାସ୍କ ନେବାକୁ ଇଚ୍ଛା କରିଥିଲେ।ମାସ୍କଟି ପ୍ରସ୍ତୁତ ହେବା ପରେ ଗ୍ରାହକ ମଧ୍ୟ ନେଇଥିଲେ। ଏହି ମାସ୍କଟିରେ ଖାଣ୍ଟି ହୀରା, ଆମେରିକାନ ହୀରା ଓ ସୁନା ସହାୟତାରେ ଏହି ମାସ୍କ ପ୍ରସ୍ତୁତ କରାଯାଇଛି। ଗୋଟିଏ ପ୍ରକାର ମାସ୍କରେ ହଳଦିଆ ସୁନା ଓ ଆମେରିକାନ ହୀରା ଖଞ୍ଜା ଯାଇଛି। ସେହିପରି ଅନ୍ୟ ଏକ ମାସ୍କରେ ଧଳା ସୁନା ଓ ଖାଣ୍ଟି ହୀରାରେ ପ୍ରସ୍ତୁତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories