www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୬୨.୯୨%କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୯ ହଜାର ୨୩୫ ଜଣଲୋକ କୋଭିଡ୍‍ ନାଇଣ୍ଟିନ୍‍ରୁ ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାର ୬୨.୯୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୩୪ ହଜାର ୬୨୧ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ସମୁଦାୟ ସକ୍ରିୟ ମାମଲାଠାରୁ ୨ଲକ୍ଷ ୯୨ ହଜାର ୨୫୮ରୁ ଅଧିକ ଅଟେ।

ଆରୋଗ୍ୟ ହାର ଦୃଷ୍ଟିରୁ ପ୍ରଥମ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲଦାଖ, ଛତିଶଗଡ଼, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ରାଜସ୍ଥାନ ରହିଛି। ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆରୋଗ୍ୟ ହାର ଶତକଡ଼ା ଛଅସ୍ତରୀ ଭାଗରୁ ଅଧିକା ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବାବେଳେ ତା’ପଛକୁ ଦିଲ୍ଲୀ ଓ ତାମିଲନାଡୁ ରହିଛି। ଦେଶରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ୍‍ ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାରଠାରୁ ଅଧିକ ରହିଛି।

- Advertisement -

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୮ ହଜାର ୬୩୦ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ଦେଶରେ କୋଭିଡ୍‍ ସଂକ୍ରମିତ ସଂଖ୍ୟା ୮ଲକ୍ଷ ୪୯ ହଜାର ୫୫୩ରେ ପହଞ୍ଚିଛି। କୋଭିଡ୍‍ ସଂକ୍ରମଣ ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବାରେ ଏହା ହେଉଛି ସର୍ବାଧିକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫୧ ଜଣ ସଂକ୍ରମିତଙ୍କର ପ୍ରାଣହାନୀ ଘଟିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨ହଜାର ୬୭୪ରେ ପହଞ୍ଚିଛି। ତେବେ ଦେଶରେ କରୋନା ମୃତ୍ୟୁହାର ଶତକଡ଼ା ୨ଦଶମିକ ୬/୬ ଭାଗ ରହିଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି- ଗତ ୨୪ ଘଣ୍ଟା ଭିତରେ ଆଉ ୨ ଲକ୍ଷ ୮୦ ହଜାର ୧୫୧ଟି ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୧୫ ଲକ୍ଷ ୮୭ ହଜାର ୧୫୩ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି। ଆଇ.ସି.ଏମ୍‍.ଆର୍‍. ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ ହଜାର ୧୯୪ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୮୫୦ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୩୪୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories