www.samajalive.in
Sunday, December 7, 2025
26.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ ଧାତୁ ମୁଦି ଧାରଣ କରିବାର ସମୟ ଓ ଲାଭ !

ରାଶି ଅନୁସାରେ ଧାତୁ ଧାରଣ କରିବା ଉଚିତ୍ । ଭୁଲ ଧାତୁ ଧାରଣ କରିବା ଦ୍ବାରା ଅନିଷ୍ଟ ହୋଇଥାଏ ବୋଲି ଜ୍ୟୋର୍ତିବିତ୍ ମତ ଦିଅନ୍ତି । କେତେକ କ୍ଷେତ୍ରରେ ବିପରୀତ ଫଳ ଦେଇଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କେଉଁ ଧାତୁ ଧାରଣ କଲେ ଶୁଭଫଳ ମିଳିଥାଏ ।

ମେଷ: ତମ୍ବା ଧାତୁର ଏକ ମୁଦି ବା ରିଙ୍ଗ୍ ବାମ ହାତର ଅନାମିକା ଆଙ୍ଗୁଳିରେ ରବିବାର ଅପରାହ୍ନରେ ଧାରଣ କରନ୍ତୁ । ଏହା ଦ୍ବାରା ସ୍ବାସ୍ଥ୍ୟ ଉତ୍ତମ ରହିବା ସହ ଶୀଘ୍ର କ୍ରୋଧ ଆସୁଥିବା ସମସ୍ୟା ଦୂର ହେବ ।

- Advertisement -

ବୃଷ: ଚାନ୍ଦି ମୁଦି ବା ରିଙ୍ଗ ଡାହାଣ ହାତ ମଝି ଆଙ୍ଗୁଳିରେ ଶୁକ୍ରବାର ଧାରଣ କରନ୍ତୁ । ଏହା ଦ୍ବାରା ବୈବାହିକ ଜୀବନ ଉତ୍ତମ ରହିବା ସହ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

ମିଥୁନ: ଦ୍ବନ୍ଦ ମନରୁ ବାହାରିବା ପାଇଁ ଓ କ୍ୟାରିୟର ଶୀଘ୍ର ଉନ୍ନତି ପାଇଁ ଆପଣ କଂସାରେ ନିର୍ମିତ ଏକ ମୁଦି ବୁଧବାର ସଂଧ୍ୟାରେ ଡାହାଣ ହାତର କନିଷ୍ଠ ଆଙ୍ଗୁଳିରେ ଧାରଣ କରନ୍ତୁ । ଆପଣ ସୁନା ମୁଦି ପିନ୍ଧିବାରୁ ବର୍ତ୍ତନ୍ତୁ ।

କର୍କଟ: ସୋମବାର ରାତ୍ରିରେ ଡାହାଣ ହାତର କନିଷ୍ଠ ଆଙ୍ଗୁଳିରେ ଏକ ଚାନ୍ଦିର ମୁଦି ଧାରଣ କରନ୍ତୁ । ଏହା ଦ୍ବାରା ମନ ନିୟନ୍ତ୍ରଣ ରହିବା ସହ ଉତ୍ତମ ସ୍ବାସ୍ଥ୍ୟ ଓ ସମ୍ପର୍କରେ ସୃଷ୍ଟି ହୋଇଥିବା ସମସ୍ୟା ଦୂର ହୋଇଥାଏ । ଲୁହାର ମୁଦି କଦାପି ଧାରଣ କରନ୍ତୁ ନାହିଁ ।

ସିଂହ: ସୁନା ମୁଦି ଡାହାଣ ହାତର ଅନାମିକା ଆଙ୍ଗୁଳିରେ ରବିବାର ଅପରାହ୍ନରେ ଧାରଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ପ୍ରଭାବ ବଢିବା ସହ ହାଡ ଜନିତ ସମସ୍ୟା ଦୂର ହେବ ଓ ଜୀବନରେ ସଂଘର୍ଷ କମ୍ ହେବ ।

କନ୍ୟା: ସୁନା ଓ ଚାନ୍ଦି ସମାନ ମାତ୍ରାରେ ନିର୍ମିତ ଏକ ମୁଦି ତିଆରି କରନ୍ତୁ। ଏହାକୁ ବୁଧବାର ସଂଧ୍ୟାରେ ଡାହାଣ ହାତର ଅନମିକା ଆଙ୍ଗୁଳିରେ ଧାରଣ କରନ୍ତୁ । ଏହା ଦ୍ବାରା ସ୍ବାସ୍ଥ୍ୟ ଉତ୍ତମ ରହିବା ସହ ବାରମ୍ବାର ଉପୁଜୁଥିବା ଚକିରୀଗତ ସମସ୍ୟା ଦୂର ହେବ ।

ତୁଳା: ଚାନ୍ଦିର ଏକ ମୁଦି ଡାହାଣ ହାତର ତର୍ଜନୀ (ବିଶି)ଆଙ୍ଗୁଳିରେ ଶୁକ୍ରବାର ସଂଧ୍ୟାରେ ଧାରଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଯଶ ବୃଦ୍ଧି ହେବା ସହ ଖର୍ଚ୍ଚ ଉପରେ ନିୟନ୍ତ୍ରିଣ ରହିବା । ଏହା ସହ ବୈବାହିକ ଜୀବନ ସୁଖମୟ ହେବ । ଆପଣ ସୁନା ଧାରଣ କରିବାରୁ ବର୍ତ୍ତନ୍ତୁ ।

ବିଛା: ମଙ୍ଗବାର ଦିନ ଏକ ସୁନା ମୁଦି ବାମ ହାତର ଅନାମିକା ଆଙ୍ଗୁଳିରେ ଧାରଣ କରନ୍ତୁ ଏବଂ ସୋମବାର ଦିନ ଏକ ଚାନ୍ଦି ମୁଦି ଡାହାଣ ହାତର କନିଷ୍ଠ ଆଙ୍ଗୁଳିରେ ଧାରଣ କରନ୍ତୁ । ଏହା ଦ୍ବାରା ପାରିବାରିକ ଓ କ୍ୟାରିୟରରେ ତାଳମେଳ ଠିକ୍ ରହିବ ଓ ସନ୍ତାନ ପ୍ରାପ୍ତିର ସମସ୍ୟା ଦୂର ହେବ ।

ଧନୁ: ସୁନା ବା ପିତଳର ଏକ ମୁଦି ଡାହାଣ ହାତର ତର୍ଜନୀ (ବିଶି)ଆଙ୍ଗୁଳିରେ ଗୁରୁବାର ସକାଳେ ଧାରଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସ୍ବଭାବରେ ପରିବର୍ତ୍ତନ ହେବ, କାର୍ୟକ୍ଷେତ୍ରରେ ସଫଳତା ମିଳିବ ଏବଂ ପାଚନତନ୍ତ୍ର ସମସ୍ୟା ଦୂର ହେବ । ଯଥା ସମ୍ଭବ ଚାନ୍ଦି ଧାରଣ କରନ୍ତୁ ନାହିଁ ।

ମକର: ନୂଆନୂଆ ଯୋଜନା କରୁଥିଲେ ମଧ୍ୟ ତାହା କଳ୍ପନାରେ ହିଁ ରହିଯାଉଛି । ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ଷ୍ଟିଲ ଓ ଦସ୍ତାରେ ପ୍ରସ୍ତୁତ ଏକ ମୁଦି ଶନିବାର ସଂଧ୍ୟରେ ବାମ ହାତର ମଧ୍ୟମା ଆଙ୍ଗୁଳିରେ ଧାରଣ କରନ୍ତୁ । ଆପଣ ସୁନା ଧାରଣରୁ ବର୍ତ୍ତନ୍ତୁ ।

କୁମ୍ଭ: ଆଗ ପଛ ମନଭାବ ଓ ଆଳସ୍ୟ ହେଉଛି ଆପଣଙ୍କ ସବୁଠୁ ବଡ ସମସ୍ୟା । ଲୁହାର ଏକ ମୁଦି ବାମ ହାତର ମଧ୍ୟମ ଆଙ୍ଗୁଳରେ ଶନିବାର ଧାରଣ କରନ୍ତୁ । ତମ୍ବା ଧାରଣ କରିବାରୁ ନିବୃତ୍ତ ରହୁନ୍ତୁ ।

ମୀନ: ଏକ ପିତଳ ବା ସୁନାର ଏକ ମୁଦି ଡାହାଣ ହାତର ଅନାମିକା ଆଙ୍ଗୁଳିରେ ଗୁରୁବାର ଦିନ ଭୋର ସମୟରେ ଧାରଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଉତ୍ତମ ରହିବ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories