www.samajalive.in
Sunday, December 7, 2025
15.1 C
Bhubaneswar

ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ କରାଯିବ : କେନ୍ଦ୍ର ମନ୍ତ୍ରୀ

ସାକ୍ଷୀଗୋପାଳ: କେନ୍ଦ୍ର ସରକାରଙ୍କ ଶିକ୍ଷା, ଉଦ୍ୟମିତା ବିକାଶ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ପ୍ରଯୁକ୍ତି ବିଦ୍ୟା ଓ ସଞ୍ଚାର ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରା ଅବସରରେ ଗୁରୁବାର ସତ୍ୟବାଦୀ ଗସ୍ତରେ ଆସିଥିଲେ। ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ସ୍ଥାନୀୟ ନେତୃ ମଣ୍ଡଳୀ ଓ କର୍ମୀ ଏକ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ। ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ସମାଧି ପୀଠରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ମନ୍ତ୍ରୀ ଦ୍ବୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ପଞ୍ଚସଖା ସ୍ମୃତି ପାଠାଗାର ଓ ଐତିହାସିକ ବକୁଳ ବନ ପରିସରରେ ସ୍ଥାନିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ୧୯୦୯ ମସିହାରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ ବିଦ୍ୟାଳୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଓ ଛାତ୍ରମାନଙ୍କ ସହିତ ଆଲୋଚନା କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। କରୋନା ସମୟରେ ହୋଇଥିବା ଶିକ୍ଷାଦାନ ସମ୍ପର୍କରେ ଭାବ ବିନିମୟ କରିଥିଲେ। ଉତ୍କଳମଣିଙ୍କ ଶେଷ ନିଶ୍ୱାସ ତ୍ୟାଗସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ଅନୁଷ୍ଠିତ ସାଧାରଣ ସଭାରେ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ଯେ, ଓଡିଶାର ସାଢ଼େ ୪ କୋଟି ଓଡ଼ିଆଙ୍କର ସେବା ଓ ବିକାଶ ନିମନ୍ତେ କାର୍ୟ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞ। ଓଡ଼ିଶାର ପ୍ରତିଟି ଘରେ ଇଣ୍ଟରନେଟ ସୁବିଧା ମିଳିବ ବୋଲି ଶିକ୍ଷା ମନ୍ତ୍ରୀ ପ୍ରଧାନ ଘୋଷଣା କରିଛନ୍ତି।

- Advertisement -

ଏହି ସଭାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ପୁରୀ ଜିଲ୍ଲା ସଂଯୋଜିକା ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ କାର୍ୟ୍ୟକର୍ତ୍ତା ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଦଳୀୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ ଓ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ରଙ୍କ ସହିତ ସତ୍ୟବାଦୀ ଓ କଣାସ ମଣ୍ଡଳର ସଭାପତିମାନେ ଓ ଅନ୍ୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories