www.samajalive.in
Monday, December 8, 2025
27.1 C
Bhubaneswar

ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିବାର କାରଣ

ଧାର୍ମିକ ଗ୍ରନ୍ଥରେ ଦରିଦ୍ରତା ଦୂର କରିବା ଓ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଗରୁଡ ପୁରାଣରେ ମଧ୍ୟ ଏହି ବିଷୟରେ ବର୍ଣ୍ଣିତ ହୋଇଛି। ମା’ ଲକ୍ଷ୍ମୀ କ୍ରୋଧ ହେବା ଦ୍ୱାରା ବ୍ୟକ୍ତି ଦରିଦ୍ର ହୋଇଥାଏ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ନ ପାଇବାର ଅନେକ କାରଣ ରହିଛି। ଆସନ୍ତୁ ସେହି କାରଣ ବିଷୟରେ ଜାଣିବା..

ଅପରିଷ୍କାର ପୋଷକ ପିନ୍ଧିବା :

- Advertisement -

ଗରୁଡ ପୁରାଣ ଅନୁସାରେ ଅପରିଷ୍କାର ପୋଷକ ପିନ୍ଧିବା ଦ୍ୱାରା ମା’ ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି। ଏହି କାରଣରୁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି। ଏହି କାରଣରୁ ବ୍ୟକ୍ତି ଦରିଦ୍ରତାର ସମ୍ମୁଖୀନ ହୋଇଥାଏ। ପରିଷ୍କାର ରହୁ ନଥିବା ବ୍ୟକ୍ତି ଉପରେ ମଧ୍ୟ ମା’ ଲକ୍ଷ୍ମୀ କୃପା କରି ନଥାନ୍ତି। ସେହି ବ୍ୟକ୍ତିଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିଥାଏ।

ଦାନ୍ତ ଠିକ ରୂପେ ନ ଘଷିବା :

ଦାନ୍ତର ସମ୍ବନ୍ଧ ଆମ ସ୍ୱାସ୍ଥ୍ୟ ସହ ରହିଛି। ଦାନ୍ତ ଠିକ ଭାବେ ନ ଘଷିଲେ ଏହାର କୁପ୍ରଭାବ ଆମ ପେଟ ଉପରେ ପଡିଥାଏ। ଏହାଦ୍ୱାରା ବାରମ୍ବାର ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଠିକ ଭାବେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ସର୍ବଦା କ୍ରୋଧିତ ହୋଇଥାନ୍ତି। କୁହାଯାଇଛି ଯେ, ଠିକ ରୂପେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ନିଜ କାମ ପ୍ରତି ସଚ୍ଚୋଟ ହୋଇ ନଥାନ୍ତି। ତେଣୁ ସେ ଦରିଦ୍ର ହୋଇଥାନ୍ତି।

ଅଧିକ ଖାଉଥିବା ଲୋକ :

ଆବଶ୍ୟକତା ଠାରୁ ଅଧିକ ଖାଉଥିଲେ ମୋଟା ହୋଇଯାଆନ୍ତି। ମୋଟା ହେବା ଦ୍ୱାରା କାମ କରିବାରେ ଅଧିକ ଅସୁବିଧା ହୋଇଥାଏ। ଏହି କାରଣରୁ ଆଳସ୍ୟର ଶିକାର ହୋଇଥାନ୍ତି। ମୋଟା ହେବା କାରଣରୁ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ। ଅଧିକ ଖାଉଥିବା ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଆନ୍ତି।

କଠୋର କହୁଥିବା ବ୍ୟକ୍ତି :

ଯେଉଁ ବ୍ୟକ୍ତିମାନେ କଥା କହୁଥିବା ସମୟରେ ଅପଶଦ୍ଦ ବ୍ୟବହାର କରନ୍ତି ସେମାନଙ୍କ ଉପରେ କେବେ ବି ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ନଥାଆନ୍ତି। ଏପରି ବ୍ୟକ୍ତିଙ୍କ ସ୍ୱଭାବ ଅନେକଙ୍କୁ ପସନ୍ଦ ଆସି ନ ଥାଏ। ତେଣୁ କଥାବାର୍ତ୍ତା ସମୟରେ ସଯଂମତା ରଖିବା ଉଚିତ।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି :

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏହି ସମୟରେ ଶୋଇବା ଦ୍ୱାରା ଭଗବାନଙ୍କ କୃପା ମିଳି ନ ଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ବ୍ୟାୟମ କରିବା ଉଚିତ। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ।

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories