www.samajalive.in
Tuesday, December 9, 2025
17.1 C
Bhubaneswar

ନିଜ କେନ୍ଦ୍ରରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଆନ୍ଦୋଳନ

ଖୁଣ୍ଟା: ନିଜ କେନ୍ଦ୍ରରେ ଧାନ ବିକ୍ରି ସୁବିଧା ପାଇଁ ଦାବି କରି ଭୋଳଗୋଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଥିବା ଚାଷୀମାନେ ସେମାବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାରଙ୍କ ମନମୁଖୀ ନିଷ୍ପତ୍ତିକୁ ବିରୋଧ କରି ସମିତି କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ତାଲା ପକାଇବା ସହ ଧାରଣାରେ ବସିଛନ୍ତି। ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ଏପର୍ଯ୍ୟନ୍ତ ଧାରଣା ଜାରି ରହିଛି ।

ସୂଚନାଯୋଗ୍ୟ, ବହାନଡା ସମବାୟ ସମିତି ଅଧୀନରେ ବାହାନଡା ଓ ଭୋଳଗଡ଼ିଆ ଦୁଇଟି ଧାନ କିଣା କେନ୍ଦ୍ର ଏକତ୍ର କାର୍ୟ୍ୟ କରୁଛି। କିନ୍ତୁ ଏହାକୁ ଭୋଳଗୋଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଥିବା ଚାଷୀମାନେ ବିରୋଧ କରି ନିଜ କେନ୍ଦ୍ରରେ ଧାନ ବିକ୍ରି ସୁବିଧା ପାଇଁ ଦାବି କରିଛନ୍ତି । ପୂର୍ବରୁ ସମବାୟ ସମିତିର ଆଭ୍ୟନ୍ତରୀଣ ଅବ୍ୟବସ୍ଥା ପାଇଁ ସରକାରୀ ସ୍ତରରେ ଏକପାଖିଆ ନିଷ୍ପତ୍ତି କ୍ରମେ  ଉକ୍ତ ସମବାୟ ସମିତି ଦ୍ୱାରା ବହନଡା କେନ୍ଦ୍ରରେ ଧାନ କିଣା ବନ୍ଦ ରଖାଯାଇଛି । ସେଥିପାଇଁ ମାତ୍ର ୧୩ ଜଣ ଚାଷୀ ଉପର ନିର୍ଦେଶ କ୍ରମେ ଗତ ରବି ଫସଲକୁ ବିସି ପୁର ସମବାୟ ସମିତିକୁ ନେଇ ବିକ୍ରି କରିଥିଲେ । ତେବେ ଭୋଳଗଡ଼ିଆ ଧାନ କିଣା କେନ୍ଦ୍ର ଅଧୀନରେ ଆସୁଥିବା ଖୁଣ୍ଟା  ବ୍ଲକର ଭୋଳାଗାଡ଼ିଆ, ବଦପଥରା ଓ ଡେଙ୍ଗାମ ପଞ୍ଚାୟତର ୪୦୦ରୁ ଅଧିକ ଚାଷୀ ସେମାଙ୍କର ୩୫୦୦୦ କୁଇଣ୍ଟାଲ ଧାନ ସବୁକୁ ୩୦କିମି ରୁ ଅଧିକ ଦୂର ବିସି ପୁର ସମବାୟ ସମିତିକୁ ନେବାପାଇଁ ଅକ୍ଷମତା ପ୍ରକାଶ କରିବା ସହ ସରକାରଙ୍କ ମନମୁଖୀ ନିଷ୍ପତ୍ତିକୁ ଘୋର ବିରୋଧ କରି ସମିତି କାର୍ୟ୍ୟାଳୟରେ ତାଲା ପକାଇବା ସହିତ ଧାରଣାରେ ବସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories