ଧାମରା: ଧାମରା ଅଂଚଳରେ କେବଳ ଗୋଟିଏ ଥାନା ନୁହେଁ ଧାମରା ୮ପଂଚାୟତରେ ତିନୋଟି ଥାନା ଗୋଟିଏ ଫାଣ୍ଡି ଥିବା ସତ୍ୱେ ଧାମରା ଅଂଚଳରେ ଶବ୍ଦ ପ୍ରଦୁଷଣକୁ କିଏ ରୋକିବ ତାହା ପ୍ରଶ୍ନବାଚୀ ହୋଇ ପଡିଛି। ଗଣେଷପୂଜା ଠାରୁ ପାର୍ବଣ ରୁତୁ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ସମସ୍ତ ଥାନା ଅଧିକାରୀମାନଙ୍କୁ ଡକାଇ ଶବ୍ଦ ପ୍ରଦୁଷଣ ରୋକିବାକୁ କଡାକଡି ଭାବେ ନିର୍ଦେଶ ଦେଇଥିଲେ। ମାତ୍ର ସମସ୍ତ ଆଦେଶ/ନିର୍ଦେଶ ପାଣିର ଗାର ସଦୃଶ ହୋଇପଡିଛି। ଗଣେଷ ପୂଜା ଅବସରରେ ବହୁ ସଙ୍ଗଠନ ସରକାରଙ୍କ ଏହି ନିୟମ ମାନି ଚଳି ଆସୁଥିବା ବେଳେ କିଛି ସଙ୍ଗଠନ ଏହାକୁ ମାନି ନଥିଲେ। ଅନ୍ୟ ପକ୍ଷରେ ଆଗାମୀ ଦିନରେ ଧାମରା ବନ୍ଦର ନଗରୀରେ ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ପରେ ପରେ ଦୁର୍ଗାପୂଜା ଏବଂ କାଳୀ ପୂଜା ଆସୁଥିବାରୁ ଏହି ପାର୍ବଣ ଋତୁରେ ପୁଲିସ ପ୍ରଶାସନ ଅଥବା ତହସିଲଦାର ଏହି ଅମାନିଆ ଡିଜେ ଏବଂ ଭାଇବ୍ରେଟର ଶବ୍ଦକୁ ରୋକିବେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଅମାନିଆ ଡିଜେ ଭାଇବ୍ରେଟର ମାଲିକ ଏବଂ ବିଭିନ୍ନ ସଙ୍ଗଠନ କରୁଥିବା ସଙ୍ଗଠକ ମାନଙ୍କୁ ଡାକି ଏଥିପ୍ରତି କଡା ଚେତାବନୀ ଦେବା ସହ ନିୟମ ଉଲଘଂନ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନ ଉପରେ ଅଙ୍କୁଶ ନ ଦେଲେ ଏହି ଶବ୍ଦ ପ୍ରଦୁଷଣ ବଢି ବଢି ଯିବ। ତୁରନ୍ତ ପାର୍ବଣ ଋତୁରେ ଏହି ଶବ୍ଦ ପ୍ରଦୁଷଣ ରୋକିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।



