www.samajalive.in
Saturday, December 6, 2025
26.1 C
Bhubaneswar

କନିକା ରାଜାଙ୍କ ବିରୁଦ୍ଧରେ ଧାମରାରେ ପ୍ରଜାମେଳି

ଧାମରା: କନିକା ରାଜ ପରିବାର ନାମରେ ଥିବା ନିଜର ଭାଗଚାଷ ଜମିକୁ ନିଜ ନାମରେ ନାମିତ କରିବାକୁ ପୁନଶ୍ଚ ଏହି ଭାଗ ଚାଷୀମାନଙ୍କର ଏକ ଆନ୍ଦୋଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏହି ଭାଗ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନନ୍ତ ବିଶ୍ୱାଳ ଆବାହକତ୍ୱରେ ହୋଇଥିବା ବୈଠକରେ ଶତାଧିକ ଚାଷୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ହେବ ଗୋବିନ୍ଦପୁର ମୌଜାରେ ଖାତା ନମ୍ବର ୮୬ରେ ୩୪ ଏକର ଏବଂ ଖାତା ନମ୍ବର ୧୭ରେ କନିକା ରାଜ ପରିବାର ନାମରେ ଥିବା ୩୨ ଏକରକୁ ତତକାଳୀନ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଧାମରା ଅଞ୍ଚଳର ଶତାଧିକ ଚାଷୀଙ୍କୁ ଭାଗଚାଷ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ଜମିର ମାଲିକାନାସତ୍ୱ ଭାଗଚାଷୀଙ୍କ ନାମରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ କେହି ଦଲାଲ ଏହି ସମସ୍ତ ଜମିକୁ ନିଜ ନାମରେ ନାମିତ କରି ପୁନଶ୍ଚ ଏହି ୬୬ ଏକର ଜମିକୁ ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ୍‌ ନାମରେ ବିକ୍ରି କରିଦେଇଛି। ସମ୍ପୃକ୍ତ ଭାଗଚାଷୀଙ୍କ ଅଜ୍ଞାତସାରରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ କୌଣସି ପରିସ୍ଥିତିରେ ସମ୍ପୃକ୍ତ ଭାଗଚାଷୀ ଦୀର୍ଘବର୍ଷ ହେବ ଚାଷ କରି ଆସୁଥିବା ଏହି ଜମିକୁ ନିଜର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଦଖଲରୁ ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି। ଏନେଇ ସମସ୍ତ ଭାଗଚାଷୀ ଭଦ୍ରକ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କୁ ଦେଖାକରି ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ମତପ୍ରକାଶ ପାଇଛି। ଏହି ଚାଷୀ ମେଳିରେ ନିରଞ୍ଜନ ରାଉତ, ବ୍ରଜ ବେହେରା, ଅନନ୍ତ ବିଶ୍ୱାଳ, ସେକ ନବୀ, ଅର୍ଜୁନ ବାରିକ, ନାରଣ ବାରିକ, ବନମାଳୀ ଦାସ, କୁଶାସନ ବାରିକ, ନିରଞ୍ଜନ ପରିଡା, ଶୈଳ ଜେନା, ପ୍ରଫୁଲ୍ଲ ପରିଡା, ନଟବର ବେହେରାଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories