www.samajalive.in
Sunday, December 7, 2025
13.1 C
Bhubaneswar

ଧାମରା ମୋବିଲ ଡିପୋରେ ନିଆଁ ; ୨ ଘଣ୍ଟା ପରେ ନିଆଁ ଆୟତ୍ତ

ଧାମରା : ଧାମରାରେ ଥିବା ଏକ ମୋବିଲ ଡିପୋରେ ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ଏହି ଡିପୋରେ ନିଆଁ ଲାଗିଲା ତାହାର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ସବୁଠାରୁ ରୋଚକର ବିଷୟ ଏହି ମୋବିଲ ଡିପୋ ପାଖରେ ସାଧାରଣ ଜନତା ବସବାସ କରୁଥିବା ବେଳେ କିପରି ଏହି ସର୍ବସାଧାରଣ ଜନବସତି ସ୍ଥାନ ଏବଂ ଯାତାୟତ ସ୍ଥାନରେ ଖୋଲାଖୋଲି ଭାବେ ମୋବିଲ ରଖିବାକୁ ପ୍ରଶାସନ ଅନୁମତି ଦେଇ ନଥିବା ବେଳେ ସଂପୃକ୍ତ ବ୍ୟକ୍ତି କିପରି ପ୍ରଶାସନକୁ ଚ୍ୟାଲେଞ୍ଜ କରି ଏହି ବେପାର ଚଳାଇଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି।
ପ୍ରାପ୍ତ ଖବରରୁ ଜଣାଯାଇଛି ,ସକାଳ ୧୧ଟା ସମୟରେ ଧାମରା ନିକଟସ୍ଥ ନରସିଂହପ୍ରସାଦ ଠାରେ ଏକ ମୋବିଲ ଡିପୋର ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର ୨୫ ମିନଟ ପରେ ଧାମରାରୁ ଅଗ୍ନିଶମ ବାହିନୀର ଏକ ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ସମୟରେ ଧାମରା ବନ୍ଦର(ଆଦାନୀ)ରୁ ଆଉ ଗୋଟିଏ ଅଗ୍ନିଶମ ବାହିନୀର ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରି ନଥିଲେ। ପୁନଶ୍ଚ ଧାମରା ବନ୍ଦରରୁ ଆଉ ଗୋଟିଏ ଗାଡି ଆସିବା ପରେ ୩୦ରୁ ଅଧିକ ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଦିନ୧ଟା ପରେ ମଧ୍ୟ ସଂପୂର୍ଣ ନିଆଁ ଆୟତ କରିବା କଷ୍ଟକର ହୋଇ ପଡିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ସେହି ଅଂଚଳକୁ ସର୍ବସାଧାରଣତ ଦୂରର କଥା ଅଗ୍ନିଶମ ବାହିନୀର କର୍ମଚାରୀ ମଧ୍ୟ ଯିବାକୁ ସୁରକ୍ଷା ଭାବି ନଥିଲେ।
ନରସିଂହପ୍ରସାଦ ଠାରେ ଏକ ଜନବସତି ପୂର୍ଣ ସ୍ଥାନରେ ଏହି ପ୍ରେଟ୍ରୋଲିୟମ ପ୍ରଡକ୍ଟ ଯଥା ଜାହାଜରୁ ବାହାରୁଥିବା ପୋଡା ମୋବିଲ ଏକ ପୋଖରୀ ଖୋଲି ଏଠାରେ ରଖିବାକୁ କିଏ ଅନୁମତି ଦେଲା? ଏହି ସ୍ଥାନରେ ପୋଡା ମୋବିଲ ଥିବା ପୋଖରୀରେ ନିଆଁ ଲାଗିବା ପରେ ଏହି ପୋଖରୀ ନିକଟସ୍ଥ ରହୁଥିବା ରବିନ୍ଦ୍ର ଦାସ ଏବଂ ସପନ ଦାସଙ୍କ ପରିବାର ମଧ୍ୟ ଏହି ନିଆଁ ପ୍ରଭାବରେ କ୍ଷତିଗ୍ରସ୍ଥ ହୋଇଛନ୍ତି। ଅଂଚଳବାସୀଙ୍କ ମଧ୍ୟରେ ଏହି ନିଆଁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସର୍ବସାଧାରଣ ସ୍ଥାନରେ ଏହି ପୋଡା ମୋବିଲ ରହୁଥିବାରୁ ସାଧାରଣରେ ଉତେଜନା ପ୍ରକାଶ ପାଇବା ସହ ଧାମରା ବନ୍ଦରରୁ ଆସିଥିବା ଅଗ୍ନି ନିର୍ବାହୀ ଗାଡିରେ ନିଆଁ ଲିଭାବାକୁ ଗୋଟିଏ ପଟରେ ପାଣି ନଥିବା ସାଙ୍ଗକୁ ଅଗ୍ନି ନିର୍ବାପକ କାର୍ବୋନ ଡାଇ ଅକ୍ସାଇଡର ଅଭାବ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଧାମରା ଅଂଚଳ ଭାରତର ଦ୍ୱିତୀୟ ବୃହତମ ବନ୍ଦର ହୋଇଥିବା ବେଳେ ଏହି ଅଗ୍ନି ନିର୍ବାହ ପାଇଁ ସାଧାରଣ ନିର୍ବାହ ପଦାର୍ଥ ରଖିବାକୁ ସର୍ବସାଧାରଣରେ ଦାବୀ ହେବା ସହ ରାଜ୍ୟ ସରକାରଙ୍କ ଅଗ୍ନିଶମ ବାହିନୀ ମଧ୍ୟ ଏଥି ପାଇଁ ସଜାଗ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଏଥିସହ ସର୍ବସାଧାରଣ ବସବାସ ଏବଂ ଯାତାୟତ ସ୍ଥାନରେ ଏହି ପୋଡା ମୋବିଲ ରଖୁଥିବା ବ୍ୟକ୍ତି ବିଶେଷ ଜଣକ କିଏ ତାହାର ଖବର ମଧ୍ୟ ପ୍ରଶାସନ ପାଖରେ ନଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଅଂଚଳବାସୀ ଏବଂ ଏହି ନିଆଁରେ କ୍ଷତିଗ୍ରସ୍ଥ ହୋଇଥିବା ପରିବାର ଦାବୀ ଜଣାଇଛନ୍ତି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories