www.samajalive.in
Monday, December 8, 2025
27.1 C
Bhubaneswar

ବାଇଶି ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ସମାଜ ଡିଜିଟାଲ ଡେସ୍କ: ବାଇଶି ପାହାଚରେ ଟଳି ପଡ଼ିଲେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ସୋମବାର ଶ୍ରୀମନ୍ଦିରରେ ଏଭଳି ଏକ ଅଭାବନୀୟ ଘଟଣା ଶ୍ରଦ୍ଧାଳୁଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ମୃତା ମହିଳା ହେଲେ ଖଣ୍ଡପଡ଼ା ଅଞ୍ଚଳର ମନ୍ଦାକିନୀ ସାହୁ।

ସୂଚନା ଅନୁସାରେ, ମନ୍ଦାକିନୀ ପିଣ୍ଡଦାନ କରିବା ଲାଗି ପରିବାର ସହିତ ପୁରୀ ଆସିଥିଲେ। ପିଣ୍ଡଦାନ ପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ପରେ ବାଇଶି ପାହାଚରେ ହଠାତ ସେ ଅସୁସ୍ଥ ଅନୁଭବ କରି ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories