ସମ୍ବଲପୁର: ସମ୍ବଲପୁରର ଚାରଭାଟି ଅଞ୍ଚଳରେ ବେଆଇନ ଭାବରେ ନିଶାଦ୍ରବ୍ୟ ବିକ୍ରି କରାଯାଉଥିବାର ଖବର ପାଇ ଧନୁପାଲି ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ଭୂତାପଡା ନିବାସୀ ମଜହର ଖାନ (୪୦) ଓ ଚାରଭାଟି ନିବାସୀ କାର୍ତ୍ତିକ ଓରାମ (୩୦) ନାମକ ୨ ଜଣ ଯୁବକଙ୍କୁ ଧରିଥିଲା। ଯାଞ୍ଚ ସମୟରେ ପୁଲିସ ସେମାନଙ୍କ ନିକଟରୁ ୪୦ଟି ନିଶା କଫ ସିରପ, ୩୫ ଲିଟର ଦେଶୀ ମଦ, ୧୧ ହଜାର ୪ ଶହ ଟଙ୍କା ଓ ଗୋଟିଏ ପଲସର ବାଇକ ଜବତ କରିଥିଲା। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ରବିବାର ଅଦାଲତକୁ ଚାଲାଣ କରିଛି ବୋଲି ଧନୁପାଲି ପୁଲିସ କହିଛି।



