ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ପୁରୀ ଜିଲାପାଳ ବଲୱନ୍ତ ସିଂହ ଗ୍ରାମ ପରିଦର୍ଶନ କରିଥିଲେ । ଗୋପବନ୍ଧୁଙ୍କ ଷଠିଘରର ସଂରକ୍ଷଣ ଗ୍ରାମଦାଣ୍ଡ ଥିମ୍ ପାର୍କ ମହାପୁରୁଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ କେନାଲବନ୍ଧ ରାସ୍ତାର ପ୍ରଶସ୍ତିକରଣ ନଦୀବନ୍ଧର ଉନ୍ନତିକରଣ ଗ୍ରାମର ଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ ସହିତ ପଟ୍ଟନାୟିକିଆ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ରାସ୍ତାକୁ ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ତୁରନ୍ତ ଶେଷ କରିବା ସଂପର୍କରେ ଆଲୋଚନା କରିଥିଲେ ।
ଜିଲା ରାସ୍ତା ଓ ଗୃହନିର୍ମାଣ ବିଭାଗ ନିର୍ବାହୀଯନ୍ତ୍ରୀ ଗିରୀଶ ଚନ୍ଦ୍ର ରାଉତ ଉପଖଣ୍ଡ ଅଧିକାରୀ ଅକ୍ଷୟ କୁମାର ମହାନ୍ତି କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ସହିତ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଓ ଗ୍ରାମବାସୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଗୋପବନ୍ଧୁଙ୍କ ଜୟନ୍ତୀ ପୂର୍ବରୁ ସମସ୍ତ କାମ ସରିବ ବୋଲି ଉନ୍ନୟନ କମିଶନର କହିଥିଲେ ।



