ରବର ଗୋଦାମରେ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ଯ୍ୟରେ ୨୬ଟି ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଏକ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର ସିରସପୁରରେ ଥିବା ଏକ ରବର ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ୨୬ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Comments are closed.