www.samajalive.in
Wednesday, December 10, 2025
16.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ୧୦ ବର୍ଷ ଧରି ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ ଆତଙ୍କୀ ଡାକ୍ତର

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଘଟଣାରେ ସଂପୃକ୍ତ ଡାକ୍ତର ଶାହିନ ୧୦ ବର୍ଷ ଧରି ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିବା କହିଛି ତଦନ୍ତକାରୀ ଦଳ । ଏପରିକି ସେତେବେଳେ ଚାକିରି ଛାଡିବାସହ ନିଜ ସ୍ଵାମୀ ଏବଂ ପିଲାଙ୍କୁ ମଧ୍ୟ ଛାଡ଼ିଥିଲେ ।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ଏନ୍‌ଆଇଏ ର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ଅନୁସାରେ , ଦିଲ୍ଲୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଡାକ୍ତର ଉମର, ଡାକ୍ତର ଶାହିନ ଏବଂ ତାଙ୍କ ସହଯୋଗୀ ଡାକ୍ତର ମୁଜାମ୍ମିଲ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ । ଲକ୍ଷ୍ନୌରେ ରହୁଥିବା ଆତଙ୍କବାଦୀ ଡାକ୍ତର ଶାହିନ ସଇଦ ୧୦ ବର୍ଷ ଧରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ । ଶାହିନ ୨୦୧୫ ମସିହାରେ ଜୈଶ-ଏ-ମହମ୍ମଦରେ ଯୋଗ ଦେଇଥିଲେ ।

- Advertisement -

ଏଥିପାଇଁ ସେ ଚାକିରୀ ସହ ନିଜ ସ୍ଵାମୀ ଏବଂ ପିଲାଙ୍କୁ ମଧ୍ୟ ଛାଡ଼ିଥିଲେ । ୨୦୨୧ ମସିହାରେ, ଯେତେବେଳେ ଜଣେ ସମ୍ପର୍କୀୟ ଡାକ୍ତର ଶାହିନଙ୍କୁ ତାଙ୍କ ସ୍ୱାମୀ, ପିଲା ଏବଂ ଚାକିରି ଛାଡିବା ପାଇଁ ଭର୍ତ୍ସନା କରିଥିଲେ। ଶାହିନ ଜବାବ ଦେଇଥିଲେ, “ପରିବାର ଏବଂ ଚାକିରିର ଅର୍ଥ କ’ଣ ? ମୁଁ ନିଜ ପାଇଁ ଯଥେଷ୍ଟ । ଏବେ ସମ୍ପ୍ରଦାୟକୁ ଋଣ ପରିଶୋଧ କରିବାର ସମୟ ଆସିଛି।” ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉମର, ମୁଜାମ୍ମିଲ ଏବଂ ଶାହିନଙ୍କୁ ମିଳିଥିବା ୨୦ ଲକ୍ଷ ଟଙ୍କାର ପାଣ୍ଠିର ପର୍ଦ୍ଦାଫାଶ କରିଛନ୍ତି । ସୂତ୍ର ଅନୁସାରେ ଏହି ଟଙ୍କା ଜୈଶ-ଏ-ମହମ୍ମଦ ହ୍ୟାଣ୍ଡେଲ ମାଧ୍ୟମରେ ହାୱାଲା ନେଟୱାର୍କ ମାଧ୍ୟମରେ ପଠାଯାଇଥିଲା । ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories