www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ୧୦ ବର୍ଷ ଧରି ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ ଆତଙ୍କୀ ଡାକ୍ତର

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଘଟଣାରେ ସଂପୃକ୍ତ ଡାକ୍ତର ଶାହିନ ୧୦ ବର୍ଷ ଧରି ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିବା କହିଛି ତଦନ୍ତକାରୀ ଦଳ । ଏପରିକି ସେତେବେଳେ ଚାକିରି ଛାଡିବାସହ ନିଜ ସ୍ଵାମୀ ଏବଂ ପିଲାଙ୍କୁ ମଧ୍ୟ ଛାଡ଼ିଥିଲେ ।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ଏନ୍‌ଆଇଏ ର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନା ଅନୁସାରେ , ଦିଲ୍ଲୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଡାକ୍ତର ଉମର, ଡାକ୍ତର ଶାହିନ ଏବଂ ତାଙ୍କ ସହଯୋଗୀ ଡାକ୍ତର ମୁଜାମ୍ମିଲ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ । ଲକ୍ଷ୍ନୌରେ ରହୁଥିବା ଆତଙ୍କବାଦୀ ଡାକ୍ତର ଶାହିନ ସଇଦ ୧୦ ବର୍ଷ ଧରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ । ଶାହିନ ୨୦୧୫ ମସିହାରେ ଜୈଶ-ଏ-ମହମ୍ମଦରେ ଯୋଗ ଦେଇଥିଲେ ।

- Advertisement -

ଏଥିପାଇଁ ସେ ଚାକିରୀ ସହ ନିଜ ସ୍ଵାମୀ ଏବଂ ପିଲାଙ୍କୁ ମଧ୍ୟ ଛାଡ଼ିଥିଲେ । ୨୦୨୧ ମସିହାରେ, ଯେତେବେଳେ ଜଣେ ସମ୍ପର୍କୀୟ ଡାକ୍ତର ଶାହିନଙ୍କୁ ତାଙ୍କ ସ୍ୱାମୀ, ପିଲା ଏବଂ ଚାକିରି ଛାଡିବା ପାଇଁ ଭର୍ତ୍ସନା କରିଥିଲେ। ଶାହିନ ଜବାବ ଦେଇଥିଲେ, “ପରିବାର ଏବଂ ଚାକିରିର ଅର୍ଥ କ’ଣ ? ମୁଁ ନିଜ ପାଇଁ ଯଥେଷ୍ଟ । ଏବେ ସମ୍ପ୍ରଦାୟକୁ ଋଣ ପରିଶୋଧ କରିବାର ସମୟ ଆସିଛି।” ତଦନ୍ତକାରୀ ସଂସ୍ଥାଗୁଡ଼ିକ ଉମର, ମୁଜାମ୍ମିଲ ଏବଂ ଶାହିନଙ୍କୁ ମିଳିଥିବା ୨୦ ଲକ୍ଷ ଟଙ୍କାର ପାଣ୍ଠିର ପର୍ଦ୍ଦାଫାଶ କରିଛନ୍ତି । ସୂତ୍ର ଅନୁସାରେ ଏହି ଟଙ୍କା ଜୈଶ-ଏ-ମହମ୍ମଦ ହ୍ୟାଣ୍ଡେଲ ମାଧ୍ୟମରେ ହାୱାଲା ନେଟୱାର୍କ ମାଧ୍ୟମରେ ପଠାଯାଇଥିଲା । ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ସୁଭାଷ ମାର୍ଗ ସିଗନାଲରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories