www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀ ପ୍ରଦୂଷଣ ପାଇଁ ୟୁପି ବସ୍‌ ଦାୟୀ: ଆପ୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଙ୍ଘାତିକସ୍ତରରେ ପହଞ୍ଚିଛି। ଆନନ୍ଦ ବିହାର ଅଞ୍ଚଳ​‌ରେ ବାୟୁ ମାନକ ସ୍ଥିତି (ଏକ୍ୟୁଆଇ) ୪୫୪ ଛୁଇଁଛି। ଦିଲ୍ଲୀର ପ୍ରଦୂଷଣସ୍ଥିତି ପାଇଁ ଆମ ଆଦମୀ ପାର୍ଟି (ଆପ୍‌) ସରକାର ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିୟାଣାକୁ ଦାୟୀ କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସିଂହ କହିଛନ୍ତି​‌ ଯେ ଆନନ୍ଦ ବିହାର ଅଞ୍ଚଳର ପ୍ରଦୂଷଣ ଉତ୍ତରପ୍ରଦେଶ ଓ ହରିୟାଣାରୁ ଆସୁଥିବା ବସ୍‌ ଯୋଗୁଁ ହେଉଛି। ଏହି ଦୁଇ ରାଜ୍ୟ ନର୍ଦମା ପାଣିକୁ ଯମୁନା ନଦୀରେ ଛାଡୁଛନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ଓ ହରିୟାଣା ସରକାର ସିଏନଜି ଓ ବିଦ୍ୟୁତ୍ ବସ୍‌ ଚଳାଚଳ କରିଲେ ଏହି ପ୍ରଦୂଷଣ ହ୍ରାସ ପାଇପାରନ୍ତା। ଆନନ୍ଦ ବିହାର ଅଞ୍ଚଳ ଉତ୍ତରପ୍ରଦେଶ ସୀମାରେ ଅବସ୍ଥିତ। ଗତ ଏକ ସପ୍ତାହ ହେଲା ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ସାଙ୍ଘାତିକସ୍ତରକୁ ଖସିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀ ଓ ପରିବେଶ ମନ୍ତ୍ରୀ ଗୋପାଳ ରାୟ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଆତିଶୀ କହିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୯୯ଟି ଧୂଳି ନିୟନ୍ତ୍ରଣ ଦଳ (ଡଷ୍ଟ କ‌େଣ୍ଟ୍ରାଲ ଟିମ୍) ଓ ୩୨୫ଟି ସ୍ମଗ୍ ଗନ ସହରରେ ନିୟୋଜିତ ହୋଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପିଡବ୍ଲ୍ୟୁଡି ଓ ଏମସିଡି ସମସ୍ତ ପ୍ରକାର ବିକଳ୍ପକୁ ଆପଣାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories