ବଳଙ୍ଗା/ଭୁବନେଶ୍ବର : କରୋନା ସତର୍କତା ଓ ପ୍ରତିହତ ପାଇଁ ଏକତା ବଜାୟ ରଖିବା ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଲୋକମାନେ ଦୀପ ଓ ମହମବତୀ ଜଳାଇଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ କ୍ରମେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରବିବାର ରାତ୍ର ୯ଟାରେ ୯ ମିନିଟ୍ ପାଇଁ ଦୀପ ଓ ମହମବତୀ ଜଳିଥିବା ଦେଖୁବାକୁ ମିଳିଛି। ସେହିପରି ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ୧୭ ଟି ପଞ୍ଚାୟତ ରେ ପ୍ରାୟ ସମସ୍ତ ଗ୍ରାମର ଗୃହସ୍ଥ ମାନେ ନିଜ ବାରଣ୍ଡା, ବାଲକୋନି, ଛାତଉପରେ ଦିପ, ମହମବତୀ, ମୋବାଇଲି, ଟର୍ଚ୍ଚଲାଈଟି, ଜଳାଇବା ସହିତ ଘରର କେବଳ ସମସ୍ତ ବିଦ୍ୟୁତ୍ ବଲବ୍ କୁ ବନ୍ଦ ରଖିଥିଲେ। ସାମାଜିକ ଦୂରତା ଆଧାରରେ ପରିବାର ସମଗ୍ର ମାନବ ଜାତି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିବା ଜଣାପଡିଛି। ସର୍ବତ୍ର ନିସ୍ତବତା ତଥା ଆଧ୍ୟାତ୍ମିକ ପରିବେଶ ପରିଲକ୍ଷିତ ହୋଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ମାନିଲେ ଲୋକେ ; ଦୀପ, ମହମବତୀ ଜାଳି କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା
Popular Categories



