www.samajalive.in
Monday, December 8, 2025
27.1 C
Bhubaneswar

୪୯ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା ପ୍ରତିବାଦରେ ପୂର୍ବତନ ଜିଲାପରିଷଦ ସଦସ୍ୟଙ୍କ ଆମରଣ ଅନଶନ ଆରମ୍ଭ

ଦେବଗଡ: ଦେବଗଡ ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର(ପୂର୍ବର ୬ ନମ୍ବର ଜାତୀୟ ରାଜପଥ)ଦୁରାବସ୍ଥା ପ୍ରତିବାଦରେ ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ବଲଣ୍ଡା ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ତାଙ୍କର ଦାବୀ ପୂରଣ ହେବା ନେି କୌଣସି ନିର୍ଭର ପ୍ରତିଶୃତି ନମିଳିବା ପାର୍ଯ୍ୟନ୍ତ ଆମରଣ ଅନଶନ ଜାରୀ ରହିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ,୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ସମସ୍ତ ନୀତି ନିୟମ ଉଲ୍ଲଙ୍ଘନ କରି ମନୋମୁଖି କାର୍ଯ୍ୟ ଜାରୀ ରଖିଛି।ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ନିର୍ମାଣାଧିନ ରାଜପଥର ସବୁଆଡେ ଧୁଳି ଉଡିବା ସହ ମାମାନ୍ୟ ବର୍ଷାରେ ମଧ୍ୟ ପାଣି କାଦୁଅରେ ଭର୍ତ୍ତୀ ହୋଇ ପରିବେଶ ଗୁରୁତର ଭାବେ ପ୍ରଦୁଷିତ ହେଉଛି। ଯେଉଁ ସ୍ଥାନରେ ପୋଲ ଓ କଲଭର୍ଟ ନିର୍ମାଣ ହେଉଛି ସେହି ସ୍ଥାନରେ ପିଚୁ ଦ୍ୱାରା ଡଇଭର୍ସନ ନିର୍ମାଣ ପାଇଁ ବ୍ୟୟ ଅଟକଳ ରହିଥିଲେ ହେଁ ଡାଇଭର୍ସନ ମାନଙ୍କରେ ଆଦୌ ପିଚୁ ବ୍ୟବହାର କରାଯାଉନାହିଁ। ଫଳରେ ଦେବଗଡ ଜିଲାର ତିଲେଇବଣି- ଠିଆନାଳ ମଧ୍ୟରେ ଥିବା ସମସ୍ତ ପୋଲ ଓ କଲଭର୍ଟ ଗୁଡିକ ନିକଟରେ ବଡବଡ ଖାଲଖମା ସୃଷ୍ଟି ହେବାସହ ରାସ୍ତାର ଅବସ୍ଥା ଶୋଚନୀୟ ତଥା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କଲା ଗ୍ରାମଠାରୁ ବାରକୋଟ ବଳିତା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏମିତି ହୋଇପଡ଼ିଛି ଯେ, ସେଠାରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ମାନ ଘଟି ବହୁ ଧନ ଜୀବନ ହାନୀ ହେଉଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ଏଭଳି ପରିସ୍ଥିତିରେ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ କମ୍ପାନୀ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କିମ୍ବା ଦେବଗଡ ଜିଲା ପ୍ରଶାସନ କିଛି ନଜାଣିଲା ଭଳି ଅଭିନୟ କରୁଛନ୍ତି। ବାରକୋଟ ବ୍ଲକର ଜନବହୁଳ ବମ୍ପରଡା ଗ୍ରାମ ଓ କଣ୍ଢଳ ଗ୍ରାମ ଓ ବାରକୋବ୍ୱ୍‍କ କାର୍ଯ୍ୟାଳୟ ନିକଟ ରାସ୍ତା ଅପର ପାର୍ଶ୍ବରେ ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ଗୁଡିକ ରହିଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଛାତ୍ରଛାତ୍ରୀ,ରୋଗୀ ତଥା ଜନସାଧାରଣ ରାସ୍ତା ଅତିକ୍ରମ କରିବା ସମୟରେ ଦୂର୍ଘଟଣାର ଶିକାର ହେବାର ଆଶଙ୍କା ରହିଛି। ଏଣୁ ସଠିକ ଭାବେ ଉକ୍ତ ଜାତୀୟ ରାଜପଥର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରିବାସହ ସହଜରେ ଜାତାୟତ କରିବା ନିମନ୍ତେ ବମ୍ପରଡା,କଣ୍ଢଳ ଓ ବାରକୋଟ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତାରେ ଫୁଟ ବ୍ରିଜ ନିର୍ମାଣର ଆବଶ୍ୟକତା ରହିଛି। ଏଣୁ ପୂର୍ବତନ ଜିଲା ପରିଷଦ ସଦସ୍ୟ ଶ୍ରୀ ପ୍ରଧାନ ଏହି ସବୁ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଗତ ୫ ତାରିଖରେ ମହାମହିମ ରାଜ୍ୟପାଳଙ୍କୁ ପତ୍ର ଲେଖିବା ସହ ଏହାର ନକଲ ମାନ୍ୟବର ମୂଖ୍ୟମନ୍ତ୍ରୀ,ଦେବଗଡ ଜିଲାପାଳ ଓ ଦେବଗଡ ଏସ.ପି.ଙ୍କୁ ପ୍ରଦାନ କରିଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବୀ ଗୁଡିକ ପୂôଣ ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୂଖରେ ଆମରଣ ଅନଶନ କରିବାକୁ ଲିଖିତ ଚେତାବନୀ ଦେଇଥିଲେ। ମାତ୍ର ଗତକାଲି ପର୍ଯ୍ୟନ୍ତ ଉକ୍ତ ଦାବୀ ଗୁଡିକ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶ୍ରୀ ପ୍ରଧାନ ପୂର୍ବ ଘୋଷଣା ଅନୁଯାୟୀ ଆଜି ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୂଖରେ ତମ୍ବୁ ଗାଡି ଆମରଣ ଅନଶନ ଆରମ୍ଭ କରିଛନ୍ତି। ବହୁ ରାଜନୈତିକ ନେତା , ସ୍ୱେଚ୍ଛାସେବୀ , ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଅନଶନ ସ୍ଥଳୀକୁ ଯାଇ ଶ୍ରୀ ପ୍ରଧାନଙ୍କ ଅନଶନକୁ ସମର୍ଥନ କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ (ଖବର ଲେଖାଯିବା ପର୍ଯ୍ୟନ୍ତ)କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୌଣସି ଅଧିକାରୀ ସେଠାରେ ପହଞ୍ଚିନଥିବା ଜଣାପଡ଼ିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories