www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ-କୁଶଙ୍ଗ ପୂର୍ତ୍ତବିଭାଗ ରାସ୍ତାର ଡାଲଢପା ବୁଲାଣୀ ନିକଟରେ ସୋମବାର ଅପରାହ୍ନ ସମୟରେ ଏକ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ସନ୍ତୋଷ ଡାକୁଆ(୨୩)ଙ୍କ ଘଟଣାସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ସୂଚନା ମତେ ଆଜି ଅପରାହ୍ନ ସମୟରେ ଛତ୍ରଙ୍ଗ ଗ୍ରାମର ସନ୍ତୋଷ ଡାକୁଆ ନିଜ ହୁଣ୍ଡା ହରନେଟ ବାଇକ ଯୋଗେ କୁଟୀଝାରରୁ ଭୋଜି ଖାଇ ଛତ୍ରଙ୍ଗକୁ ଫେରୁଥିଲେ। ଏହି ସମୟରେ ଛତ୍ରଙ୍ଗ ପଟୁ କୁଶଙ୍ଗ ଆଡକୁ ଯାଉଥିବା ଏକ ସ୍ୱରାଜ ଟ୍ରାକ୍ଟର ସହିତ ଡାଳଢପା ବୁଲାଣୀ ରାସ୍ତାରେ ବାଇକ ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଟ୍ରାକ୍ଟରଟି ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳେଇଛି। ମୃତ ସନ୍ତୋଷ ଡାକୁଆ ଏ.ଆର.ଏସ.ଏସ କମ୍ପାନିରେ ଚାକିରି କରୁଥିବାବେଳେ ଗତ କିଛିମାସ ତଳେ ତାଙ୍କ ବାପା କାଳନ୍ଦୀଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଦୁଃଖଦ ଖବର ସାରା ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି। ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସାହାଯ୍ୟ ଯୋଗାଇଦବୋକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories