www.samajalive.in
Monday, December 8, 2025
20.1 C
Bhubaneswar

ଚୀନର ସାଇବର ଆଟାକ୍‌; ମୁମ୍ବଇ ସମେତ ପୂରା ଦେଶରେ ବିଦ୍ୟୁତ୍‌ ଯୋଗାଣ ଠପ୍‌ ପାଇଁ କରିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଚୀନର ଆଉ ଏକ ସାଙ୍ଘାତିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଚୀନ ସାଇବର ଆଟାକ୍‌ କରି ମୁମ୍ବଇ ସମେତ ପୂରା ଦେଶରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଠପ୍‌ କରିବାକୁ ଷଡ଼ଯନ୍ତ୍ର କରିଥିଲା। ଏହି ସାଇବର ଆଟାକ୍‌ରେ ଭାରତ ଭୟଭୀତ ହୋଇଯିବ ଏବଂ ସୀମାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିପାରିବ ନାହିଁ ବୋଲି ଚିନ୍ତା କରି ଚୀନ ଏଭଳି ପଦକ୍ଷେପ ନେଇଥିଲା। ଚୀନ ନିଜର ହ୍ୟାକର୍ସ ଗ୍ରୁପ ‘ରେଡ୍‌ ଇକୋ’ ଜରିଆରେ ଭାରତର ବିଦ୍ୟୁତ ମେକାନିଜମ ଉପରେ ମାଲୱେର ଶ୍ୟାଡୋ ପ୍ୟାଡ୍‌ ମାଧ୍ୟମରେ ଏହି ଆକ୍ରମଣ କରିଥିଲା।

ମୁମ୍ବଇରେ ଗତବର୍ଷ ଅକ୍ଟୋବର ୧୨ରେ ହଠାତ୍‌ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାର କାରଣ ସାଇବର ଆଟାକ୍‌ ଥିଲା ବୋଲି ଜଣାପଡ଼ିଛି। ବିଦ୍ୟୁତ ମନ୍ତ୍ରଣାଳୟ ସୋମବାର କହିଛି ଯେ, ଦେଶରେ ସାଇବର ଆଟାକ ନେଇ ସିଇଆରଟି ପକ୍ଷରୁ ବିଦ୍ୟୁତ କମ୍ପାନୀକୁ ଗତବର୍ଷ ନଭେମ୍ବର ୧୯ରେ ଇ-ମେଲ୍‌ କରି ସତର୍କ କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ, ନଭେମ୍ବର ୧୯ରେ କମ୍ପ୍ୟୁଟର ଏମର୍ଜେନ୍ସୀ ରେସ୍‌ପନ୍ସ ଟିମ୍‌ (ସିଇଆରଟି)ରୁ ପ୍ରାପ୍ତ ମେଲ୍‌କୁ ଦେଶବ୍ୟାପୀ ବିଦ୍ୟୁତ ଯୋଗାଣ କେନ୍ଦ୍ରଗୁଡ଼ିକୁ ପଠାଇ ଦିଆଯାଇଥିଲା। ଏହି ମେଲ୍‌ ଆଧାରରେ ସମସ୍ତ କେନ୍ଦ୍ର ପରବର୍ତ୍ତୀ ପଦକ୍ଷେପ ନେଇଥିଲେ।

- Advertisement -

ବିଦ୍ୟୁତ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଏହା ପରେ ଚୀନ ସରକାରଙ୍କ ସମର୍ଥିତ ହ୍ୟାକର୍ସ ଗ୍ରୁପ ରେଡ୍‌ ଇକୋ ଭାରତର ଆଞ୍ଚଳିକ ବିଦ୍ୟୁତ ବିତରଣ କେନ୍ଦ୍ର ଏବଂ ରାଜ୍ୟ ବିତରଣ କେନ୍ଦ୍ରର ସିଷ୍ଟମରେ ମାଲୱେର ଭାଇରସ ପଠାଇ ଏହାକୁ ଠପ୍‌ କରିବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ଏନସିଆଇଆଇପିସି ଗତ ଫେବୃୟାରୀ ୧୨ରେ ମେଲ୍‌ ଜରିଆରେ ସୂଚିତ କରିଥିଲା। ଆଇଟି ଆକ୍ଟ ୨୦୦୦ ଅଧୀନରେ ୨୦୧୪ ଜାନୁୟାରୀ ୧୬ରେ ଏନସିଆଇଆଇପିର ଗଠନ ହୋଇଥିଲା, ଯେଉଁ ସଂସ୍ଥା ଦେଶର ଗୁରୁତ୍ଵପୂର୍ଣ୍ଣ ସୂଚନା ଢାଞ୍ଚାର ରକ୍ଷା କରିବା ଦିଗରେ କାର୍ଯ୍ୟ କରିଥାଏ।

ଏହା ମଧ୍ୟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ମୁମ୍ବଇରେ ହୋଇଥିବା ଐତିହାସିକ ବିଦ୍ୟୁତକାଟ୍‌ ପଛରେ ଚୀନର ହାତ ଥିଲା। ସୀମାରେ ଲାଗିରହିଥିବା ଉତ୍ତେଜନାକୁ ନେଇ ଭାରତ ଯେପରି କଡ଼ା ଆଭିମୁଖ୍ୟ ଗ୍ରହଣ କରି ନ ପାରିବ ସେଥିଲା ସାଇବର ଆଟାକ କରିବାକୁ ଚୀନ ଷଡ଼ଯନ୍ତ୍ର କରିଥିଲା। ମୁମ୍ବଇର ବିଦ୍ୟୁତକାଟ ପଛରେ ଚୀନର ଷଡ଼ଯନ୍ତ୍ର ରହିଥିଲା। ଚୀନର ସାଇବର ଆଟାକ ଯୋଗୁ ମୁମ୍ବଇରେ ବିଦ୍ୟୁତକାଟ୍‌ ହୋଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୨ରେ ମୁମ୍ବଇର ଏକ ଗ୍ରୀଡ୍‌ ଠପ୍‌ ହୋଇଯିବାରୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାଫଳରେ ଟ୍ରେନ୍‌ଗୁଡ଼ିକ ଅଧାବାଟରେ ଅଟକି ଯାଇଥିଲା। ମହାମାରୀ ଯୋଗୁ ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ ବହୁମାତ୍ରାରେ ପ୍ରଭାବିତ ହୋଇଥିଲେ। ଆର୍ଥିକ କାରବାର ଉପରେ ଏହାର ବଡ଼ ପ୍ରଭାବ ପଡ଼ିଥିଲା। ଅତ୍ୟାବଶ୍ୟକ ସେବାଗୁଡ଼ିକ ପାଇଁ ବିଦ୍ୟୁତ ଯୋଗାଣ ଆରମ୍ଭ କରିବାକୁ ୨ ଘଣ୍ଟା ସମୟ ଲାଗିଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories