ସମ୍ବଲପୁର: ଦୁଇଦିନ ତଳୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଣ୍ଡଳ କାରାଗାର ନିକଟ ରାସ୍ତାରୁ ପୁଲିସ ମୃତଦେହକୁ ଜବତ କରିଛି। ମୃତକ ହେଲେ ଟିକେଲାଲ ଭୋଇ ଏବଂ ତାଙ୍କ ଘର ମୋତିଝରଣ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଟିକେଲାଲ ୨ଦିନ ହେବ ନିଖୋଜ ଥିଲେ। ଏ ସମ୍ପର୍କରେ ତାଙ୍କର ପରିବାରବର୍ଗ ପକ୍ଷରୁ ଧନୁପାଲି ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ଟିକେଲାଲଙ୍କ ମୃତ୍ୟୁ କିପରି ଘଟିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।



