www.samajalive.in
Monday, December 8, 2025
17.1 C
Bhubaneswar

ତିନି ଦିନରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର, ବଧୂହତ୍ୟା ଅଭିଯୋଗ

ଯାଜପୁର: ତିନି ଦିନରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କବିତା ବରାଳ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ରତଳାଙ୍ଗ ଗ୍ରାମରେ ଗତ ୧୦ ତାରଖରୁ ନିଖୋଜ ଥିବା ଜଣେ ନବବଧୂଙ୍କ ମୃତଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଯାଜପୁର ସଦର ଥାନା ସିମିଳିଆ ଗ୍ରାମର ଚୈତନ୍ୟ ବରାଳଙ୍କ ଝିଅ କବିତା ତିନି ବର୍ଷ ତଳେ ରତଳାଙ୍ଗ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ। ଏହା ସହ କବିତାଙ୍କ ସ୍ୱାମୀ ତାଙ୍କ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ଥିବାରୁ ଶାଶୁଘର ଲୋକେ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ। ଏହି ନିର୍ଯାତନା ସହି ନପାରି କବିତା ଗତ ୧୦ ତାରିଖ ସନ୍ଧ୍ୟାରେ ଘର ଛାଡି କେଉଁଆଡେ ଚାଲିଯାଇଥିଲେ। ଝିଅ ନିଖୋଜ ହେବା ଘଟଣା ଶାଶୁ ଘରଲୋକଙ୍କ ଠାରୁ ଜଣିବା ପରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଗତ ୧୧ ତାରିଖରେ ବିଝାଂରପୁର ଥାନାରେ ଝିଅକୁ ହତ୍ୟା କରାଯାଇ ଥିବା ନେଇ ଲିଖିତ ଅଭିଯୋଗ ହୋଇଥିଲା। ଆଜି ସକାଳେ ଗ୍ରାମର ପୋଖରୀରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକତ୍ସାଳୟ ପଠାଇଛି। ସ୍ୱାମୀ ସମେତ ଶାଶୁଘର ଲୋକେ ମିଶି କବିତାଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ମୃତକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ବିଝାଂରପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories