www.samajalive.in
Monday, December 8, 2025
27.1 C
Bhubaneswar

ଆଉ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଭବାନୀପାଟଣା / ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାବୁପଦର ଗାଁରେ ରବିବାର ବିଳମ୍ବିତ ରାତିରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଭୀମ ଦୋରା। ସେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷିନାଳ ପଞ୍ଚାୟତର ସେଲ୍ଫ କଣ୍ଟ୍ରୋଲ ମେକାନିକ ଭାବେ କାର୍ଯ୍ୟ କରୁଥିଲେ।
ସୂଚନା ଅନୁଯାୟୀ, କାଲି ବିଳମ୍ବିତ ରାତିରେ ଭୀମ ଦୋରା ଖାଇପିଇ ପରିବାର ସହ ଘରେ ଶୋଇଥିବା ସମୟରେ କେହି କବାଟ ବାଡ଼େଇବାରୁ ଭୀମ ବିଛଣାରୁ ଉଠି କବାଟ ଖୋଲିଥିଲେ। ଏହାପରେ ସେଠାରେ ସଶସ୍ତ୍ର ମାଓବାଦୀ ତାଙ୍କୁ ବାହାରକୁ ଆସିବାକୁ କହିଥିଲେ। ଏହାପରେ ଭୀମଙ୍କୁ ଗାଁରୁ ୧୦୦ ମିଟର ଦୂରକୁ ନେଇ ଗୁଳିକରି ହତ୍ୟା କରିଥିଲେ। ଏହାସହ ମୃତଦେହ ନିକଟରେ ଏକ ସାଧା କାଗଜରେ ଲେଖା ଛାଡ଼ି ଯାଇଥିଲେ। ସେହି ଲେଖା ଅନୁଯାୟୀ, ୨୦୧୬ ମସିହାରେ ଗୁଣ୍ଡାରାଶି ପାହାଡ଼ରେ ମାଓବାଦୀ ଶିବିର ଚାଲୁଥିବା ବେଳେ ପୁଲିସକୁ ଭୀମ ଖବର ଦେବାରୁ ସେ ଆକ୍ରମଣ କରିଥିଲେ। ଏହି କାରଣରୁ ଭୀମଙ୍କୁ ହତ୍ୟା କରାଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହା କଳାହାଣ୍ଡି ଏରିଆ କମିଟି ସିପିଆଇ ମାଓବାଦୀ ବୋଲି ପୋଷ୍ଟରରେ ଦର୍ଶା ଯାଇଛି। ଏଭଳି ହତ୍ୟାକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୀମର ମୃତ୍ୟୁ ପରେ ସକାଳ ସମୟରେ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରିଥିଲା।
 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories