www.samajalive.in
Sunday, December 7, 2025
26.1 C
Bhubaneswar

ମେଣ୍ଟ ସରକାର ଆସ୍ଥା ଭୋଟ ଜିତିଲେ କଂଗ୍ରେସକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ କିଛିଦିନ ହେବ ଚାଲିଥିବା ନାଟକ ଉପରୁ ସୋମବାର ପରଦା ଉଠିବାର ସମ୍ଭାବନା ରହିଛି। ରାଜ୍ୟ ବିଧାନସଭାରେ ସୋମବାର କଂଗ୍ରେସ-ଜେଡିଏସକୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଗତ ଗୁରୁବାର ଏବଂ ଶୁକ୍ରବାର ବିଶ୍ଵାସମତ ଉପରେ ଆଲୋଚନା ହୋଇଥିଲା। କିନ୍ତୁ ଏହାର ଫଳାଫଳ ବାହାରି ନ ଥିଲା। ଏଭଳି ପରିସ୍ଥିତିରେ ସୋମବାର ଭୋଟିଂ ହୋଇପାରେ। ତେବେ ଏହାର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି।

କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ କହିବା ଅନୁସାରେ, ସରକାରକୁ ବଞ୍ଚାଇବା ଲାଗି ଜେଡିଏସ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। ଜେଡିଏସ କଂଗ୍ରେସ ତରଫରୁ କୌଣସି ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ଅଛି। ବିଧାନସଭାରେ ଆସ୍ଥା ଭୋଟର ଠିକ୍‌ ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତି ସରକାରକୁ ରକ୍ଷା କରିବାରେ ସହାୟକ ହେବ ନା ନାହିଁ ତାହା ଆଜି ଜଣାପଡ଼ିବ। କିନ୍ତୁ ଅସନ୍ତୁଷ୍ଟ ବିଧାୟକମାନେ ଏବେ ବି ନିଜ ନିଜ ଜିଦ୍‌ରେ ଅଡ଼ିବସିଛନ୍ତି।

- Advertisement -

କଂଗ୍ରେସ ତରଫରୁ କାହାକୁ ମୁଖ୍ୟମନ୍ତ୍ରୀ କରାଗଲେ ସେମାନେ ସମର୍ଥନ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ଦଳକୁ ଫେରିବାକୁ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଅସନ୍ତୁଷ୍ଟ ବିଧାୟକମାନେ ସ୍ପଷ୍ଟ କରିଦେଇଛନ୍ତି। ସେମାନେ କୌଣସି ପରିସ୍ଥିତିରେ ବି ନିଜ ଇସ୍ତଫା ଦେବାର ନିଷ୍ପତ୍ତିକୁ ବଦଳାଇବେ ନାହିଁ। ତେବେ ମେଣ୍ଟ ସରକାର ଚାହୁଁଛି ଯେ, ଅସନ୍ତୁଷ୍ଟ ବିଧାୟକମାନେ ସେମାନଙ୍କୁ ସମର୍ଥନ କରନ୍ତୁ। ତେଣୁ ଏହି କାରଣରୁ କଂଗ୍ରେସ ସବୁ ବିକଳ୍ପ ଉପରେ ବିଚାରବିମର୍ଶ ଚଳାଇଛି।

ଅତୀତରେ କଂଗ୍ରେସ ଏବଂ ଜେଡିଏସ ନେତା ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଦାବି କରିଆସିଛନ୍ତି। ଅନେକ ଅସନ୍ତୁଷ୍ଟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏଚ.ଡି. କୁମାରସ୍ବାମୀଙ୍କ କାମ କରିବାର ରଣନୀତି ଏବଂ ତାଙ୍କ ଭାଇ ପୂର୍ତ୍ତ ମନ୍ତ୍ରୀ ଏଚ.ଡି. ରେୱନାଙ୍କ ହସ୍ତକ୍ଷେପ ଯୋଗୁ ସେମାନେ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ଅସନ୍ତୁଷ୍ଟ ବିଧାୟକମାନେ କୁମାରସ୍ବାମୀ ଏବଂ ତାଙ୍କ ଭାଇଙ୍କୁ ଦାୟୀ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଜଳ ସମ୍ପଦ ମନ୍ତ୍ରୀ ଶିବକୁମାର କହିଛନ୍ତି, ଯଦି ସରକାର ବହୁମତ ସାବ୍ୟସ୍ତ କରିବାରେ ଆମେ ସଫଳ ହେବୁ ତା’ହେଲେ ଜେଡିଏସ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛି। ଜେଡିଏସ କଂଗ୍ରେସକୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ସ୍ବତନ୍ତ୍ରତା ପ୍ରଦାନ କରିଛି। ମୁଁ, ସିଦ୍ଦରମେୟା ଓ ଜି. ପରମେଶ୍ଵରଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇପାରେ। ତେଣୁ ଏଥିପାଇଁ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାକୁ ଉଦ୍ୟମ ଚାଲିଛି।

ଶିବକୁମାରଙ୍କ ଏହି ଘୋଷଣାର କିଛି ସମୟ ପରେ ଅସନ୍ତୁଷ୍ଟ ବିଧାୟକମାନେ କହିଛନ୍ତି ଯେ, ସେମାନେ କୌଣସି ପରିସ୍ଥିତିରେ ବି ପଛକୁ ଫେରିବେ ନାହିଁ। ବିଧାୟକ ବୈରାଠୀ ବସୱାରାଜ କହିଛନ୍ତି, ଆମ ଆତ୍ମସମ୍ମାନକୁ ଆଘାତ ପହଞ୍ଚିଛି। ଯଦି ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତଥାପି ଆମେ ଆମ ନିଷ୍ପତ୍ତି ବଦଳାଇବାର ପ୍ରଶ୍ନ ଉଠୁନାହିଁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories