www.samajalive.in
Monday, December 8, 2025
17.1 C
Bhubaneswar

ନାବାଳକ ଚା’ ଦୋକାନୀକୁ ଗୋଇଠା ମାଡ ଘଟଣାରେ ପିସିଆରର ଡ୍ରାଇଭରଙ୍କୁ ନିଲମ୍ବିତ କଲେ ଡିସିପି

ଭୁବନେଶ୍ୱର  ନାବାଳକ ଚା’ ଦୋକାନୀକୁ ଗୋଇଠା ମାଡ ଘଟଣାରେ ଜଣେ ପୁଲିସ୍‍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋମଗାର୍ଡ ହେଉଛନ୍ତି ଏ.କେ. ବିଶ୍ୱାଳ। ସେ ୨୯ ନମ୍ବର ପିସିଆରର ଡ୍ରାଇଭର ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହା ଛଡ଼ା ଘଟଣା ଦିନ ପିସିଆର୍‍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି। ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି। ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଗୋଇଠା ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ। ଓମଫେଡ୍‍ ବୁଥରୁ ବ୍ରେଡ୍‍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗରୁ  ଅତିରିକ୍ତ ଡିସିପି ତଦନ୍ତ କରିବେ। ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବ ବୋଲି ଡିସିପି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ସହୀଦନଗର ଥାନା ଅନ୍ତର୍ଗତ କେସୁରା ଛକରେ ଏକ ଦୋକାନ ଖୋଲା ଥିବା ଦେଖି ପିସିଆର୍‍ ଭ୍ୟାନ ଆସିଥିଲା। ନବମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଜଣଙ୍କୁ ପୋଲିସ କର୍ମଚାରୀ ଧମକାଇବା ସହ ବୁଥରେ ଥିବା କ୍ଷୀର ଓ ବ୍ରେଡ୍‍ ନେଇ ଯାଇଥିଲେ। ଏଥିସହ ନାବାଳକ ଜଣକୁ ଜଣେ ପୁଲିସ୍‍ କର୍ମଚାରୀ ଗୋଇଠା ପରେ ଗୋଇଠା ମାରି ଚାଲିଥିବାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଥିଲା। ଏହା ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି। ପୁଲିସର ଏଭଳି ଅମାନୁସିକ କାର୍ଯ୍ୟକୁ ବିଭିନ୍ନ ମହଲରୁୁ ନିନ୍ଦା କରାଯାଇଛି। ଯାହାକୁ ଲକ୍ଷ୍ୟରେ ରଖି ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories