www.samajalive.in
Saturday, December 6, 2025
14.1 C
Bhubaneswar

ଆପଣଙ୍କ ଏହି ଅଭ୍ୟାସ ; ସୁସ୍ଥ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ

କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ ନିରୋଗ ରଖିପାରିବା। ଜାଣନ୍ତୁ ………
ତମ୍ବାର ପାତ୍ରରେ ପାଣି ପିଇବା ଶରୀର ପାଇଁ ଉତ୍ତମ ଅଟେ। ଏହା ଦ୍ୱାରା ଆମ ହୃଦୟ ସୁସ୍ଥ ରହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶରୀର ସୁସ୍ଥ ରହିଥାଏ।
ଡ଼ାଇନିଙ୍ଗ୍‍ ଟେବୁଲରେ ଖାଇବା ପରିବର୍ତ୍ତେ ଖାଦ୍ୟ ସର୍ବଦା ଚଟାଣରେ ବସି ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ଶରୀରରେ ବାଦାମର ତେଲ ଲଗାନ୍ତୁ।
ସର୍ବଦା କମ୍‍ କେମିକାଲ ଥିବା ଖାଦ୍ୟଦ୍ରବ୍ୟ ବ୍ୟବହାର କରିବା ଉଚିତ।
ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ।
ସପ୍ତାହକୁ ଥରେ ଅଥବା ଦୁଇ ଥର ନିମର କାଠିରେ ଦାନ୍ତ ସଫା କରିବା ଉଚିତ। ଏହା ଦ୍ୱାରା ଦାନ୍ତରେ ଥିବା ରୋଗଜୀବାଣୁ ନଷ୍ଟ ହେବା ସହ ପାଟିର ଦୁର୍ଗନ୍ଧ ଜନିତ ସମସ୍ୟା ଦୂର ହୋଇଥାଏ।
ନିୟମିତ ସକାଳ ୬ଟା ମଧ୍ୟରେ ଉଠି, ପ୍ରାକୃତିକ ପରିବେଶରେ ଅର୍ଥାତ ବାହାରକୁ ଯିବା ଆବଶ୍ୟକ। ସେହି ସମୟର ପବନ ଓ ଶୁଦ୍ଧ ବାୟୁ ଶରୀର ପାଇଁ ଖୁବ ଉପଯୋଗୀ।
ଏହା ଶରୀରକୁ ବହୁ ରୋଗରୁ ଦୂରରେ ରଖିଥାଏ।
ବିଛଣାରୁ ଉଠି ୨ରୁ ୩ ଗ୍ଲାସ ପାଣି ପିଇବା ଆବଶ୍ୟକ, ଏହା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ
ଏସିଡ଼ିଟି,ମୁଣ୍ଡବିନ୍ଧା, ମୋଟାପଣ ଆଦି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ଥଣ୍ଡା ପାଗ ସମୟରେ ନିୟମିତ ଶରୀରେ ତେଲ ଲଗାଇବା ଆବଶ୍ୟକ। ଏହା ଦ୍ୱାରା ଥଣ୍ଡା,ଜ୍ୱର, କାଶ, କଫ ହେବା ଆଦି ରୋଗ ହୋଇ ନଥାଏ।
ନିୟମିତ ୩ରୁ ୪ ଥର ଆଖିକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ,ଏପରି କଲେ ଦୃଷ୍ଟି ଶକ୍ତି ଭଲ ରହିଥାଏ।
ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ଅଟେ। ବ୍ୟାୟାମ କରିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ।
କାର୍ୟ୍ୟ କରିବାକୁ ଆଗ୍ରହ ହୋଇଥାଏ।
ଖାଇବାର ୧ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଖାଇବାର ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ। ଏପରି କଲେ ଖାଦ୍ୟ ଭଲ ଭାବେ ହଜମ ହୋଇ ନଥାଏ ଓ ଅଧିକ ପରିମାଣରେ ଏସିଡ଼ିଟି ହୋଇଥାଏ।
କ୍ଷୀର ସହ ଦହି,ଲେମ୍ବୁ,ମୂଳା,କଲରା, ମାଛ ଆଦି ଖାଇବା ଉଚିତ ନୁହେଁ। ଏହାର ପ୍ରଭାବ ଶରୀର ଉପରେ ପଡ଼ିବା ଯୋଗୁ ଚର୍ମ ଓ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories