www.samajalive.in
Friday, December 5, 2025
27.1 C
Bhubaneswar

ଜିଲା ଆଶାସାଥୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ୱାର ପରିଚାଳିତ ଜିଲା ଆଶାସାଥୀ ସଂଘ ତରଫରୁ ଜିଲାପାଳଙ୍କର ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକାଙ୍କୁ ୮ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଆଶାସାଥୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ , କେନ୍ଦ୍ର ସରକାରଙ୍କର ଘୋଷଣା ଅନୁସାରେ ମାସିକ ୬ହଜାରଟଙ୍କା ପ୍ରଦାନ କରାଯିବା, ଆଶାସାଥୀଙ୍କୁ କାର୍ଯ୍ୟଦକ୍ଷତା କରିବାକୁ ତାଲିମ ପ୍ରଦାନ,୧୩ ବର୍ଷଧରି କାର୍ଯ୍ୟକରି ଆସୁଥିବା ଆଶାସାଥୀ ମାନଙ୍କୁ ବୀମା ଓ ମୃତ୍ୟୁକାଳୀନସହାୟତା ରାଶି ପ୍ରଦାନ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା କାର୍ଯ୍ୟକାରୀ କରିବା, ଆୟୁଷ୍ମାନ ଭାରତ ବୀମା ଯୋଜନାରେ ଆଶସାଥୀଙ୍କ ପାଇଁ ଲାଗୁ କରିବା, ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିିବା ଅଶାସାଥୀ ମାନଙ୍କୁ ପ୍ରେତ୍ସାହନ ରାଶି ଓ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଜିଲାର ସମସ୍ତ ବିଧାୟକ, ସାଂସଦମାନଙ୍କୁ ଦାବି ପ୍ରଦାନ କରାଯିବା ସହିତ ରାଜ୍ୟପାଳ ଓ ରାଜ୍ୟପାଳଙ୍କର ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲା ଆଶାସାଥୀ ସଂଘର ସଭାପତି ସବିତା ପଣ୍ଡା, ସମ୍ପାଦିକା ଉମା ମଣ୍ଡଳ, ଭାରତୀୟ ମଜଦୂର ସଂଘର ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ, ଜିଲା ଉପସଭାପତି ରଙ୍କନାଥ ଜେନା, ଜିଲା କୋଠାବାଡି ସଂଘ ସଭାପତି ରାମ ବିଷୋୟୀ ସମେତ ସମସ୍ତ ବ୍ଲକରୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories