www.samajalive.in
Saturday, December 6, 2025
26.1 C
Bhubaneswar

ମୟୂରଭଞ୍ଜ ଜିଲାରେ ‘ୟସ’ର ପ୍ରଭାବ: ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ

ମୟୂରଭଞ୍ଜ ଜିଲାରେ ‘ୟସ’ର ପ୍ରଭାବ: ପ୍ରବଳ ବର୍ଷା ସାଙ୍ଗକୁ ବଢୁଛି ପବନର ବେଗ
ଭୁବନେଶ୍ବର: ବାତ୍ୟା ‘ୟସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବା ପରେ ପବନ କ୍ରମେ ମୟୂରଭଞ୍ଜ ଜିଲାରେ ବଢ଼ିବାକୁ ଲାଗିବ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ୟସ୍ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି।ଏଥିପାଇଁ ଆଗାମୀ ୧୨ ଘଣ୍ଟା ଏହି ଜିଲା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଏଥିଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ବୁଢାବଳଙ୍ଗ ନଦୀ କୂଳରେ ଥିବା ଜନବସତିର ତଳୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ଜିଲାପାଳ ନିର୍ଦେଶ ଦେଇଛନ୍ତି।


ଆଜି ସକାଳୁ ଜିଲାରେ ବର୍ଷା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ପଵନର ବେଗ ମଧ୍ୟ ବଢୁଛି। ଆଜି ମୟୂରଭଞ୍ଜ ଜିଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି। କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ହେଇଛି। ଶିମିଳିପାଳରେ ବର୍ଷା ବଢ଼ୁଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବା ଆଶଙ୍କା ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡିଥିବାର ଖବର ମିଳିଛି। ରାସ୍ତା ସଫା ଏବଂ ଉଦ୍ଧାର କାର୍ଯ୍ୟରେ ୭ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି। ସରକାରୀ ଆଶ୍ରୟ ସ୍ଥଳରେ ଥିବା ଲୋକମାନଙ୍କୁ ଗତକାଲି ରାତିରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନିବା ଏକପ୍ରକାର ଆହ୍ବାନ ସୃଷ୍ଟି କରିଛି। ଆଗାମୀ କିଛି ଘଣ୍ଟା ମୟୂରଭଞ୍ଜ ଜିଲା ପାଇଁ ଗୁରୁତ୍ବପୂର୍ଣ୍ଣ ଜିଲାପାଳ ସତର୍କ କରାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାରେ କୌଣସି ଧନଜୀଵନ ହାନି ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories