www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ବକପ୍‌ରେ ଭାରତୀୟ ଦଳ ପ୍ରଦର୍ଶନର ସମୀକ୍ଷା କରିବ ସିଓଏ

ନୂଆଦିଲ୍ଲୀ  : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା ଭାରତ। ବିଶ୍ବକପ୍‌ରେ ଭାରତର ପ୍ରଦର୍ଶନ ସଂପର୍କରେ କ୍ରିକେଟ୍ ପ୍ରଶାସକ କମିଟି (ସିଓଏ) ସମୀକ୍ଷା କରିବ ବୋଲି ଜଣାପଡ଼ିଛି।
ଭାରତୀୟ ଦଳ ସ୍ବଦେଶ ଫେରିବା ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଭାରତୀୟ ଦଳର ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରାଯିବ ବୋଲି ସିଓଏ ମୁଖ୍ୟ ବିନୋଦ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଥାଉକି ସିଓଏର ଅଧ୍ୟକ୍ଷ ଭାବେ ବିନୋଦ ରାୟ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଡାଏନା ଏଡୁଲଜି ଓ ରବି ଥୋଡଗେ ସଦସ୍ୟ ଅଛନ୍ତି। ସେହିପରି ଭାରତୀୟ ଦଳର ମୁଖ୍ୟ ମନୋନୟନକାରୀ ଏମ୍‌ଏସ୍‌କେ ପ୍ରସାଦଙ୍କ ସହ ମଧ୍ୟ ସିଓଏ ସଦସ୍ୟମାନେ ଖୁବ୍‌ଶୀଘ୍ର ବୈଠକ କରିବେ ବୋଲି ଜଣାପଡ଼ିଛି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଅଛି। ଏଥିପାଇଁ ଦଳ ମନୋନୟନ ସମୟରେ ଖେଳାଳିଙ୍କ ପ୍ରଦର୍ଶନର ମାପକାଠି କ’ଣ ରହିବ ସେଥିନେଇ ଏ ବୈଠକ ଅନୁଷ୍ଠିତ ହେବ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବିନୋଦ ରାୟ କହିଥିଲେ ବିଶ୍ବକପ୍‌ରେ ଭାରତର ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରାଯିବା ଏକ ସ୍ବାଭାବିକ ପ୍ରକ୍ରିୟା। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ତେବେ କେଉଁ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ ସେ ସଂପର୍କରେ ସୂଚନା ଦେବାକୁ ବିନୋଦ ମନା କରି ଦେଇଥିଲେ। ସମୀକ୍ଷା ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ସଂପର୍କରେ ବିନୋଦ କୌଣସି ସୂଚନା ଦେଇନଥିଲେ ମଧ୍ୟ ଧୋନିଙ୍କୁ କାହିଁକି ୭ନଂ ସ୍ଥାନରେ ବ୍ୟାଟିଂ କରିବାକୁ କୁହାଗଲା ଏବଂ ରାୟୁୁଡୁଙ୍କୁ କାହିଁକି ବିଶ୍ବକପ୍‌ ଦଳରେ ସାମିଲ କରାନଗଲା ସେ ସଂପର୍କରେ ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ସେହିପରି ବିଶ୍ବକପ୍‌ର କେତେକ ମ୍ୟାଚ୍‌ରେ ଭାରତୀୟ ଦଳ ତରଫରୁ ୩ଜଣ ୱିକେଟରକ୍ଷକ ମହେନ୍ଦ୍ର ସିଂ ଧୋନି, ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ୍‌ଙ୍କୁ କାହିଁକି ଖେଳାଗଲା ସେ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ବିଶେଷ କରି ଦିନେଶ କାର୍ତ୍ତିକ ଦିନିକିଆ ମ୍ୟାଚ୍‌ରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ବିଶ୍ବକପ୍‌ ମ୍ୟାଚ୍‌ ନିମନ୍ତେ ଚୂଡାନ୍ତ ଏକାଦଶରେ କାହିଁକି ସାମିଲ କରାଗଲା ସେ ନେଇ ସିଓଏ ତରଫରୁ ପ୍ରଶ୍ନ କରାଯାଇ ପାରେ।
ସୂଚନାଥାଉକି ଭାରତୀୟ ଦଳ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନି ୭ନଂରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍‌ରେ କିଏ କେଉଁ ସ୍ଥାନରେ ବ୍ୟାଟିଂ କରିବ ସେ ନିଷ୍ପତ୍ତି ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ନେଉଥିବା କୁହାଯାଉଛି। ତେବେ ଏ ସଂପର୍କରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ସିଓଏ ମାଗିବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories