www.samajalive.in
Sunday, December 7, 2025
16.1 C
Bhubaneswar

ମୁଁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭଳି ଦାୟିତ୍ୱ ନିର୍ବାହ କରିଛି: ସୋନିଆ ଗାନ୍ଧୀ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ନେତାମାନଙ୍କୁ ଏକ ପୂର୍ଣ୍ଣକାଳୀନ ସଭାପତି ପାଇଁ ସାଂଗଠନିକ ନିର୍ବାଚନ ପ୍ରସଙ୍ଗରେ କହିଛନ୍ତି ଯେ ୨୦୧୯ରେ କଂଗ୍ରେସ କାର୍ଯ୍ୟକାରୀ କମିଟି ତାଙ୍କୁ ଏହି ଦାୟିତ୍ୱ ଦେଇଛି। ଏଥିରେ ସେ ସମସ୍ତଙ୍କୁ ସାଥିରେ ନେଇ ଦଳକୁ ମଜବୁତ କରିବା ଲାଗି ସମସ୍ତ ପ୍ରଚେଷ୍ଟା କରିଛନ୍ତି ଓ ଦାୟିତ୍ୱ ନିର୍ବାହ କରିଛନ୍ତି। ଶନିବାର ଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ କମିଟି ବୈଠକରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ସଂଗଠନରେ ନିର୍ବାଚନ କରିବାର ଆବଶ୍ୟକତା ଦେଖାଦେଇଛି ଏବଂ ସମସ୍ତଙ୍କ ଭାବନା ଅନୁଯାୟୀ କଂଗ୍ରେସକୁ ସଶକ୍ତ କରିବା ପାଇଁ ଏକ ସାଂଗଠନିକ ନିର୍ବାଚନ ହେବା ଉଚିତ, କିନ୍ତୁ ଏହା ପୂର୍ବରୁ ଦଳର ସମସ୍ତ ନେତା ଓ କର୍ମୀ ଏକଜୁଟ ହୋଇ ଦଳର ସ୍ୱାର୍ଥକୁ ସର୍ବୋଚ୍ଚ ସ୍ଥାନରେ ରଖିବା ଉଚିତ୍।

ଦଳ ଭିତରେ କେବଳ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଯିବା ଉଚିତ ବୋଲି ସେ କହିଛନ୍ତି। ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ ସର୍ବସାଧାରଣ ଫୋରମରେ କିମ୍ବା ଗଣମାଧ୍ୟମରେ ଉଠାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଜଣେ ପୂର୍ଣ୍ଣକାଳୀନ ସଭାପତି ଭଳି ସେ ନିଜର ଦାୟିତକୁ ବହୁତ ଭଲ ଭାବରେ ପୂରଣ କରିଛନ୍ତି ଏବଂ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦଳର ନେତାମାନେ ଯାହା ବି କୁହନ୍ତି, ସେ କେବେ ଅଣଦେଖା କରିନାହାନ୍ତି କିନ୍ତୁ ଗଣମାଧ୍ୟମ ଜରିଆରେ ପଚରାଯାଇଥିବା କୌଣସି ପ୍ରଶ୍ନର ସେ ଜବାବ ଦେବେ ନାହିଁ।

- Advertisement -

ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସକୁ ମଜବୁତ କରିବା ପାଇଁ ସମସ୍ତେ ଏକାଠି କାମ କରିବା ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପ୍ରତି ଧ୍ୟାନ ନ ନେଇ ଦଳର ସ୍ୱାର୍ଥ ପ୍ରତି ଅତ୍ୟଧିକ ସମ୍ମାନର ସହ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି ଯେ ୨୦୧୯ରେ କଂଗ୍ରେସ କମିଟି ହିଁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିବାର ଦାୟିତ୍ୱ ଦେଇଥିଲେ ଏବଂ ସେବେଠାରୁ ସେ ଏହି ପଦବୀରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ସେ ଦଳିତ, କୃଷକ, ଆଦିବାସୀ, ଗରିବ, ପଛୁଆ, ଦୁର୍ବଳ ବିଭାଗର ପ୍ରସଙ୍ଗ ଉଠାଉଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷର ଜୁନରେ ଦଳର ସାଂଗଠନିକ ନର୍ବାଚନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କିନ୍ତୁ କରୋନା ମହାମାରୀ ଯୋଗୁ ତାହା କରିବା ସମ୍ଭବ ହୋଇପାରିନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories