www.samajalive.in
Wednesday, December 10, 2025
18.1 C
Bhubaneswar

କଟକ ଭୁବନେଶ୍ୱର ମିନିଟ୍ରକ ମହାସଂଘର ଦାବି : କାର୍ଯ୍ୟରତ ଡ୍ରାଇଭରମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ମିଳୁ

ଭୁବନେଶ୍ୱର : ମହାମାରୀ କରୋନା ଯୋଗୁ ସାରା ଦେଶରେ ଲକଡ଼ାଉନ, ସଟଡ଼ାଉନ ଚାଲିଥିବା ସତ୍ତେ୍ୱ କଟକ ଭୁବନେଶ୍ୱର ମିନିଟ୍ରକ ମାଲିକ ମହାସଂଘର କର୍ମକର୍ତ୍ତାମାନେ ନିଜ ଜୀବନକୁ ବାଜି ଲଗାଇ ଭୋକ ଉପାସରେ ପଡ଼ିରହି ଝରଣା ପାଣି ପିଇ ସମାଜର ମଙ୍ଗଳ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଭେଣ୍ଟିଲେଟର, ସିଲିଣ୍ଡର, ମାସ୍କ ଓ ଅତି ଜରୁରୀ ଖାଦ୍ୟସାମଗ୍ରୀ ପରିବହନ କାର୍ଯ୍ୟରେ ବହୁ ଦୂର ଯାଗାକୁ ଯିବାରେ ନିଜକୁ ନିୟୋଜିତ କରିଆସୁଛନ୍ତି। ଏହା ସହିତ ବହୁ ବାଧାବିଘ୍ନ ଓ ସମସ୍ୟା ସତ୍ତ୍ବେ ସେମାନେ କାର୍ଯ୍ୟରେ ଅବହେଳା କରିନାହୁଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ କିଛି ଜିଲାର ଆଞ୍ଚଳିକ ପରିବହନର କର୍ମଚାରୀମାନେ ରାସ୍ତାରେ ଗାଡ଼ି ଅଟକାଇ ମିଛ ଭୁଲ୍ ଦର୍ଶାଇ ଘଣ୍ଟା ଘଣ୍ଟା ଧରି ଗାଡ଼ିକୁ ପକାଇ ରଖୁଛନ୍ତି ଓ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି। ଢେଙ୍କାନାଳ, ଛତ୍ରପୁର, ନୟାଗଡ଼ ପରିବହନ ବିଭାଗର ସଦସ୍ୟମାନେ ଏବଂ ପାହାଳ-ଫୁଲନଖରା ଠାରୁ ଗୋପଳପୁର ଛକ ପର୍ଯ୍ୟନ୍ତ ଟ୍ରାଫିକ ପୁଲିସର ବେଆଇନ୍ ଇ-ଚାଲାଣ କାଟିବା ବନ୍ଦ କରାଯାଉ। କୋଭିଡ଼ କଟକଣା ନିୟମ ଅନୁଯାୟୀ ୮୦% ଗାଡ଼ି ସ୍ଥଗିିତ ଅଛି ଏବଂ ଯେଉଁ ୨୦% ଗାଡ଼ି ଯାତାୟତ କରୁଅଛି ତାହା ମଧ୍ୟ ବହୁ କ୍ଷତି ମାଲିକମାନେ ସହୁଛନ୍ତି।

 

- Advertisement -

କାରଣ ଡିଜେଲ ଦର ଓ ଯାନ୍ତ୍ରିକ ପାର୍ଟସ ଆକାଶଛୁଆଁ ହେବାକୁ ଲାଗିଛି। ଯାହାଫଳରେ ଗାଡ଼ି ମାଲିକମାନେ ନିଜର ପରିବାର ଚଳାଇବା ପାଇଁ ଅସମର୍ଥ ହେଉଥିବା ସମୟରେ ଫାଇନାନ୍ସ କମ୍ପାନୀଙ୍କ କିସ୍ତି ଗଣିବା ଅସମ୍ଭବ ହୋଇ ପଡୁଛି। ଯେଉଁମାନେ ଫାଇନାନ୍ସ କିନ୍ତୁ ଦେଇପାରୁ ନାହାନ୍ତି ସେମାନଙ୍କ ଗାଡ଼ି ଟାଣି ନେବା ଜୁଲମ୍ ମଧ୍ୟ କମ୍ ହେଉନାହିଁ। ଏଣୁ କଟକ ଭୁବନେଶ୍ୱର ମିନିଟ୍ରକ ମାଲିକ ମହାସଂଘ ପ୍ରତି ହେଉଥିବା ଏହିସବୁ ବେନିୟମ କାର୍ଯ୍ୟକୁ ବନ୍ଦ କରାଯାଉ। ବିଗତ ୭ ବର୍ଷ ହେଲା ପାର୍କିଂ ପ୍ଲେସ ମଧ୍ୟ ମାଗିଆସୁଛୁ। ୬ ଚକିଆ ଯାନକୁ ସହର ଭିତରକୁ ଦିବା ୧ ଘଟିକାରୁ ଦିବା ୩ ଘଟିକା ୨ ଘଣ୍ଟା ପାଇଁ ଅନୁମତି ଦିଆଯାଉ, ମାଲିକ ମହାସଂଘର ସମସ୍ୟା ଓ ଆର୍ଥିକ ସହାୟତାକୁ ଯଥାସମ୍ଭବ ପୂରଣ କରାଯାଉ ଏବଂ କାର୍ଯ୍ୟରତ ଡ୍ରାଇଭର ମାନଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ମିଳିପାରିଲେ ସେମାନଙ୍କର କାର୍ଯ୍ୟ କରିବାର ଉତ୍କଣ୍ଠା ବଢିପାରିବ ବୋଲି ମହାସଂଘ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଗଣେଶ ମାହାରି, ଉପସଭାପତି ଆର୍ତ୍ତତ୍ରାଣ ବାରିକ, ସମ୍ପାଦକ ରତ୍ନାକର ସାହୁ, ସହ ସମ୍ପାଦକ ବିଶ୍ୱଭୂଷଣ ହରିଚନ୍ଦନ, କୋଷାଧ୍ୟକ୍ଷ ରାଜୀବ ମହାନ୍ତି, ଉପଦେଷ୍ଟା ଶ୍ରୀକାନ୍ତ ଜେନା, ଅଭିମନ୍ୟୁ ରାଉତରାୟ ଏବଂ ସଦସ୍ୟ ବିଜୟ କୁମାର ପ୍ରଧାନ, ପ୍ରତାପରୁଦ୍ର ଖମାରୀ, ବିଜୟ କୁମାର ସେଠୀ ପ୍ରମୁଖ ଦାବି କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories