www.samajalive.in
Tuesday, December 9, 2025
15.1 C
Bhubaneswar

ବୋହୂ ପ​‌ରେ ଆଖି ବୁଜିଲା ପୁଅ

କଟକ: ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ବାପା ପୋଡ଼ି ମାରିଦେବା ଘଟଣା। ଏସସିବି​‌ରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟ କାଣ୍ଡ। ପୁଅ ଟଙ୍କା ନ ଦେବାରୁ ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲା ନୃଶଂସ ବାପା। ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିଲା।

ଶନିବାର ଅଭିଯୁକ୍ତ ବାପା ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେବାରୁ। ଏଥିରେ ଗୋବର୍ଦ୍ଧନ ଉତ୍‌କ୍ଷିପ୍ତ ହୋଇ ଘରୁ କିରୋସିନ ଆଣି ଦୀନବନ୍ଧୁଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ଦୀନବନ୍ଧୁ ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ଦୌଡ଼ି ଆସି ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories