www.samajalive.in
Tuesday, December 9, 2025
16.1 C
Bhubaneswar

ବାରବାଟୀ କାର୍ନିଭାଲ ଉଦ୍‌ଘାଟିତ

କଟକ : ଶିକ୍ଷାନୁଷ୍ଠାନ ହେଉଛି ଏକ ଆଦର୍ଶ। ଯିଏ ଯେଉଁଠି ପାଠ ପଢୁନା କାହିଁକି, ଜୀବନରେ କେବେବି ନିଜ ଶିକ୍ଷାନୁଷ୍ଠାନକୁ ଭୁଲିବା କଥା ନୁହେଁ। ପାଠ ପଢିଥିବା ଗୁରୁ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରେରଣା ଯୋଗାଉଥିବା ପିତାମାତା ଚିର ନମସ୍ୟ ହେବା ଆବଶ୍ୟକ। ପ୍ରଥମେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିବା। ଇଚ୍ଛା ଓ ଉଦ୍ୟମ ରହିଲେ ଲକ୍ଷ୍ୟ ସମ୍ଭବ ବୋଲି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ସେଣ୍ଟଜାଭିୟର୍ସ ଗ୍ରୁପ୍‍ ଅଫ ସ୍କୁଲର ବାର୍ଷିକ ଉତ୍ସବ ତଥା ବାରବାଟୀ କାର୍ନିଭାଲରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି।
ଜାଭିୟର୍ସ ଗ୍ରୁପ୍‍ ଅଫ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଦୁଇଦିନ ଧରି ବାରବାଟୀ କାର୍ନିଭାଲ୍‍ ଅନୁଷ୍ଠିତ ହେଉଛି। ଜାଭିୟର୍ସ ହାଇସ୍କୁଲ ବାରବାଟୀର ଅଧ୍ୟକ୍ଷ ପ୍ରଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ‘ପ୍ରମେୟ’ର ମାର୍କେଟିଂ ଭାଇସ୍‌ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କା, ଧାବିକା ଦୂତୀ ଚାନ୍ଦ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ଲାଗି ମାର୍ଗଦର୍ଶନ ଦେଇଥିଲେ। ବାରବାଟୀ କାର୍ନିଭାଲରେ କଟକ ବାଲିଯାତ୍ରା ସାଧବ ପୁଅ, ବାରବାଟୀ ଦୁର୍ଗ ଓ କଟକର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଉପରେ ଆଧାରିତ ନୃତ୍ୟ, ଗୀତ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଶ୍ରେଣୀରେ ଶ୍ରେଷ୍ଠ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ କୁନିକୁନି ପିଲା ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ଗ୍ରୁପ୍‌ ଡ୍ୟାନ୍ସ ସଭିଙ୍କୁ ବାନ୍ଧି ରଖିଥିଲା। ଏହି କାର୍ଯ୍ୟକ୍ରମକୁ ସିଏମ୍‌ଡି ଡ. ଜି.ଏସ୍‌ ପଟ୍ଟନାୟକ, ନିର୍ଦେଶକ ଡ. ପି.ସି ମହାନ୍ତି, ଆଡମିନ୍‌ଷ୍ଟ୍ରେଟର ଡ. ଜି.ଏସ୍‌ ପଣ୍ଡା, ସିଇଓ ମୁକେଶ ସରାଫଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା। ବାହାର ରାଜ୍ୟରୁ ଆସିଥିବା କ୍ରୀଡାବିତ୍‌, ଅଭିଭାବକଙ୍କ ସମେତ ଜାଭିୟର୍ସ ଗ୍ରୁପ୍‌ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆବାହକ ଆଶା ଟି. ଆର୍‍. ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories