www.samajalive.in
Sunday, December 7, 2025
23.1 C
Bhubaneswar

ଜୁଆଆଡ୍ଡାରେ ଚଢ଼ଉ ୧୨ଗିରଫ, ୪୭ ହଜାର ଟଙ୍କା ଜବତ

କଟକ : ଚାଉଳିଆଗଞ୍ଜ ଥାନା ପୁଲିସ ରବିବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୧ ମୋବାଇଲ ଓ ନଗଦ ୪୭ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧୁପାଟଣା ଅଞ୍ଚଳର ଶିବ ପ୍ରଧାନ, ଶିଖରପୁର କୋର୍‍ପୋଖରୀ ପି.କୁମାର ଦାସ, ମଙ୍ଗଳାବାଗର ମାଧବ ସାହୁ, ଶଙ୍କାରି ରାଓ, ବାବୁ ମହାରଣା ବକ୍ସିବଜାର ଶେଖ୍‍ ଇମ୍ରାନ, ପୁରୀଘାଟ ଅଞ୍ଚଳର ସୋମନାଥ ରାଉତ, ଜଗତପୁର ପଦ୍ମପୁରର ବଂଶୀଧର ଦାସ, ବାଦାମବାଡ଼ି ଗୁଡ଼ୁ ଗୋଚ୍ଛାୟତ, ପିଠାପୁର କାହ୍ନଚରଣ ସାହୁ, ଶଙ୍କରପୁର ରାହୁଲ କୁମାର ସାହାଣି ଓ ବାବୁ ଜୟସ୍ୱାଲ। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ଅଜୟ ଦାସ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ପୁରୁଣା ମାଲଗୋଦାମ ରାସ୍ତାର ଚୂନଭାଟି ଗଳିରେ କିଛିଦିନ ହେବ ଅପରାହ୍ଣରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆଖେଳ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାକୁ ଭିତ୍ତିକରି ଇନ୍ସପେକ୍ଟର ଶ୍ରୀ ଦାସ, ଘଟଣାର ସତ୍ୟାସତ୍ୟ ପାଇଁ ଅନୁସନ୍ଧାନ ଚଳାଇଥିଲେ। ଅଭିଯୋଗ ସଂକ୍ରାନ୍ତରେ ତଥ୍ୟ ହସ୍ତଗତ ହେବା ପରେ ଆଜି ରାତି ପ୍ରାୟ ୧୦ଟା ବେଳେ ସେହି ସ୍ଥାନରେ ଜୁଆଖେଳ ଚାଲିଥିବା ସୂଚନା ମିଳିବା ପରେ ପୁଲିସ ସଦଳବଳ ସେଠାରେ ଚଢ଼ଉ କରିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories