ଡେସ୍କ: ଆସନ୍ତା ବର୍ଷ (୨୦୨୪) ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ) ଯୋଗ ଦେବନାହିଁ। ଦଳର ବରିଷ୍ଠ ନେତ୍ରୀ ବୃନ୍ଦା କରାତ ଏହା କହିଛନ୍ତି। ଏହି ଉତ୍ସବରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ଭାବରେ ଦଳର ମହାସଚିବ ସୀତାରାମ ୟେଚୁରୀଙ୍କୁ ନିମନ୍ତ୍ରଣ କରାଯାଇଛି।
ଏକ ହୋଇ କାମ କରିବା, ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା – ମୁଖ୍ୟମନ୍ତ୍ରୀ
ବୃନ୍ଦା କରାତ କହିଛନ୍ତି, ତାଙ୍କ ଦଳ ଧର୍ମ ସହ ରାଜନୀତିର ମିଶ୍ରଣକୁ ଗ୍ରହଣ କରେନାହିଁ ଏବଂ ଧର୍ମର ରାଜନୀତିକରଣର ସପକ୍ଷରେ ଯାଏନାହିଁ। ସେ କହିଛନ୍ତି ଯେ ସିପିଆଇ (ଏମ) ଲୋକଙ୍କ ଧାର୍ମିକ ଭାବାବେଗକୁ ସମ୍ମାନ କରେ କିନ୍ତୁ ବିଜେପିର ଧର୍ମ ଆଢୁଆଳରେ ରାଜନୀତିକୁ ଗ୍ରହଣ କରେନାହିଁ।
ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ତେବେ କଂଗ୍ରେସ ଯୋଗ ଦେବ କି ନାହିଁ ତାହା ଏଯାବତ ଜଣାପଡିନାହିଁ।



