www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ୍‌ ନିୟମ ଭାଙ୍ଗି ପୃଥକ୍‌ବାସରେ ୫ ଭାରତୀୟ କ୍ରିକେଟର

ମେଲବୋର୍ଣ୍ଣ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍ ଆସନ୍ତା ୭ରୁ ସିଡନୀରେ ଖେଳାଯିବ। ଏହାପୂର୍ବରୁ କୋଭିଡ୍‌-୧୯ର ଜୈବ ନିରାପତ୍ତା ବଳୟ ନିୟମ ଭାଙ୍ଗିବା ଅଭିଯୋଗରେ ତାରକା ଭାରତୀୟ ବ୍ୟାଟସମ୍ୟାନ୍ ରୋହିତ ଶର୍ମା, ୱିକେଟ ରକ୍ଷକ ଋଷଭ ପନ୍ତ୍, ଓପନର୍‌ ଶୁବମାନ୍‌ ଗିଲ୍‌, ପୃଥ୍ବୀ ସ’ ଓ ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ପୃଥକବାସରେ ରଖାଯାଇଛି। ଜୈବ ନିରାପତ୍ତା ବଳୟ ନିୟମ ଭଙ୍ଗ ଅଭିଯୋଗର ତଦନ୍ତ କରାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ତଦନ୍ତରେ ବିସିସିଆଇକୁ ସାମିଲ କରାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଉଲ୍ଲେଖ କରାଯାଇଛି। ଅଷ୍ଟ୍ରେଲିଆ ଓ ଭାରତୀୟ କ୍ରିକେଟ୍ ଦଳର ଡାକ୍ତରଙ୍କ ପରାମର୍ଶକ୍ରମେ ୫ କ୍ରିକେଟର୍‌ଙ୍କୁ ପୃଥକ୍‌ବାସରେ ରଖାଯାଇଛି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ନବଲଦୀପ୍‌ ସିଂହ ନାମକ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟରେ ଫଟୋ ଓ ଭିଡିଓ ଛାଡ଼ିଥିଲେ। ଏଥିରେ ଭାରତୀୟ ଦଳର ୫ କ୍ରିକେଟର୍ ମେଲ୍‌ବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଉଥିବା ଦେଖିବାକୁ ମିିଳିଥିଲା। ସେ କ୍ରିକେଟର୍‌ଙ୍କ ଖାଦ୍ୟ ବିଲ୍‌ ପୈଠ କରିବା ପରେ ପନ୍ତ୍‌ ତାଙ୍କ ସହ କରମର୍ଦ୍ଦନ କରିଥିବା ନବଲଦୀପ୍‌ ଦର୍ଶାଇଥିଲେ। ପରେ ଅବଶ୍ୟ ନବଲଦୀପ୍‌ ଏହାକୁ ଅସ୍ବୀକାର କରିଥିଲେ। ନବଲଦୀପ୍‌ ଛାଡ଼ିଥିବା ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଲିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ୫ କ୍ରିକେଟର୍‌ଙ୍କୁ ପୃଥକ୍‌ବାସରେ ରଖିଛି। ଘଟଣାର ଭିଡିଓକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ବିସିସିଆଇକୁ ପ୍ରଦାନ କରାଯାଇଛି। ପୃଥକବାସରେ ରହିଥିବା କ୍ରିକେଟର୍‌ ଅଭ୍ୟାସ ଜାରି ରଖିପାରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସ୍ପଷ୍ଟକରିଛି। ରୋହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ୧୪ ଦିନିଆ ସଙ୍ଗରୋଧରେ ରହିଥିଲେ। ପରେ ସେ ଭାରତୀୟ ଦଳରେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories